ଓଡିଶା ଅମଲା ସଙ୍ଘ ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶା ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ଜିଲ୍ଲା ଶାଖାର ସଭାପତି ଅଞ୍ଜନ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂଙ୍ଘର ସମ୍ପାଦକ ଜ୍ଞାନରଞ୍ଜନ ଦାସ ବୈଠକରେ ଯୋଗଦେଇଥିଲେ । ସମ୍ପାଦକ ବିଶ୍ୱ ପ୍ରକାଶ ଲେଙ୍କା ଓ କୋଷାଧ୍ୟକ୍ଷା ଭୂମିସୁତା ମହାନ୍ତି ଯୋଗଦେଇ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଅନୁଯାଇ ଦରମା ସପ୍ତମ ବେତନ ଆୟୋଗ ଅନୁସାରେ ଲେବୁଲ-୯ ୩୫ହଜାର ୪ଶହ ଟଙ୍କା କରାଯିବା, ଜିଲ୍ଲା ଅମଲାମାନଙ୍କ ଠିକା ନିଯୁକ୍ତି ପ୍ରତ୍ୟାହାର, ସପ୍ତମ ବେତନର ୫୦ପ୍ରତିଶତ ବକେୟା ଅର୍ଥ ପ୍ରଦାନ, ଘରଭଡା ଓ ୧୧ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ, ନୂତନ ପଦବୀ ସଂସ୍ଥା ଅଧିକାରୀ ଓ ବରିଷ୍ଠ ସଂସ୍ଥା ଅଧିକାରୀଙ୍କୁ କେନ୍ଦ୍ରାପଡା ଜିଲ୍ଲାରେ ଅଦ୍ୟାବଧି ନିଯୁକ୍ତି ପ୍ରଦାନ କରାଯାଇନଥିବାରୁ ତୁରନ୍ତ ନିଯୁକ୍ତି ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କୁ ଏବଂ ରାଜ୍ୟ ସରକାରଙ୍କୁ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି । ବିଭାଗୀୟ ଅଧିକାରୀଙ୍କ ପଦ ଉଛେଦ କରାନଯାଇ କନିଷ୍ଠ ସହାୟକ ପଦ ଉଛେଦ କରାଯିବା ପାଇଁ ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି । ଜିଲ୍ଲାରେ କାର୍ଯ୍ୟ କରୁଥିବା ୩୨ଟି ବିଭାଗର ଅମଲାମାନଙ୍କୁ ପ୍ରତ୍ୟେକ ବିଭାଗ ମଧ୍ୟରେ ବଦଳି କରାଗଲେ ଦୁର୍ନୀତି ହ୍ରାସ, ଲୋକଙ୍କୁ ଉତ୍ତମସେବା ପ୍ରଦାନ, ସରକାରୀ କାର୍ଯ୍ୟ ସଠିକ ଭାବରେ ହେବା, ସଚିବାଳୟ ଭଳି ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗର ଅମଲାମାନଙ୍କୁ କନିଷ୍ଠ ସହାୟକଙ୍କ ଠାରୁ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସବୁ ବିଭାଗ ମଧ୍ୟରେ ବଦଳି କରାଯିବା ନିମନ୍ତେ ସଙ୍ଘ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ