ବାଇକ ଦୃଘଟଣା ରେ ଦୁଇ ଗୁରୁତର ଆହତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ନିକଟସ୍ଥ ମହନଳା ପୂର୍ତ୍ତ ଡାକବଙ୍ଗଲା ନିକଟରେ ଏକ ବାଇକ ଧକା ଦେବା ଫଳରେ ବାଇକ ଚାଳକ ଏବଂ ଅନ୍ୟ ଜଣେ ବ୍ୟକ୍ତି ଗୁରୁତ୍ୱର ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ପାଟପୁର ଗ୍ରାମର ସାରଙ୍ଗ ବିହାରରେ ରହୁଥିବା ଭଗବାନ ବେହେରାଙ୍କ ପୁଅ ଦର୍ଶନ ବେହେରା (୧୬)ଦିଗପହଣ୍ଡି ରୁ ଟିଉସନ ସାରି ସନ୍ଧ୍ୟା ୮ ଘଣ୍ଟା ସମୟରେ ବାଇକ ଯୋଗେ ଆସୁଥିବାବେଳେ ମହନଳା ପୂର୍ତ୍ତ ଡାକବଙ୍ଗଲା ଠାରେ ପୋଖରୀ କୁ ଗାଧୋଇବା ପାଇଁ ଯାଉଥିବା ରାମଚନ୍ଦ୍ର ସାହୁ (୪୫) ବାଇକ ଧକ୍କା ଦେବାଫଳରେ ରାମ ଙ୍କ ଗୋଡ଼ ଭାଙ୍ଗି ମୁହଁକୁ ମାଡ଼ ହୋଇଥିବାବେଳେ ବାଇକ ଚାଳକ ଦର୍ଶନ ଆରପଟକୁ ବାଡେଇହୋଇ ମୁଣ୍ଡକୁ ଭୀଷଣ ଆଘାତ ଲାଗିଥିବା ଦେଖିବାକୁମିଳିଛି। ଘଟଣା ସ୍ଥାନିୟ ଲୋକମାନେ ଜାଣିବାପରେ ଦିଗପହଣ୍ଡି ଅଗ୍ନିସମ ବିଭାଗ,ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଘଟଣା ସ୍ଥଳ ରେ ପହଂଚି ଉଭୟଙ୍କୁ ଦିଗପହଣ୍ଡି ମେଡିକେଲ ନେଇଥିଲେ। ଗୁରୁତର ହୋଇଥିବାଯୋଗୁଁ ବ୍ରହ୍ମପୁର ବଡ ମେଡିକେଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ରାମଚନ୍ଦ୍ର ସାହୁ ମୁଣ୍ଡମରେଇ ,ଧରାକୋଟ ବ୍ଲକ ର ବାସିନ୍ଦା ସେ ବଡବାପା ଶ୍ୱଶୁର ଙ୍କ ଅନ୍ତେଷ୍ଟି କ୍ରିଆ ରେ ଯୋଗଦେବାପାଇ ଆସିଥିବା ବେଳେ ଦୁର୍ଘଟଣା ର ଶିକାର ହେଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ