ଠଣାପଲ୍ଲୀ ଗ୍ରାମ ନିକଟରେ ସ୍କୁଟି ଓ ବାଇକ ମୁହାଁମୁହିଁ

ବୁଗୁଡା , (ଅନିଲ ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମ ନିକଟରେ ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କା ଲାଗି ଦୁର୍ଘଟଣା ଘଟି ବାଇକ ଚାଳକ ଓ ସ୍କୁଟି ଚାଳକ ଉଭୟେ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣାରୁ ଜଣାପଡ଼ିଛି ଯେ ଉଡ୍ରା ଗ୍ରାମର ଭାସ୍କର ନାୟକ ସ୍କୁଟି ଗାଡ଼ିରେ ତାଙ୍କର ମାମୁଁ ଘର ବୁଗୁଡାକୁ ଆସୁଥିଲେ । ସେହିପରି ବୁଗୁଡାରୁ ଏକ ବାଇକ ଯୋଗେ ଠଣାପଲ୍ଲୀ ଅଭିମୂଖେ ବୁଗୁଡା ନିକଟସ୍ଥ ହରିଶରଣପୁର ଗ୍ରାମର କାଳୁ ସ୍ବାଇଁ ଓ ଅନ୍ୟ ଜଣେ ମିଶି ଯାଉଥିଲେ। ବାଇକ୍ ଚାଳକ ଦ୍ରୁତଗତିରେ ଯାଉଥିବା ବେଳେ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଘଟି ଆହତ ସ୍କୁଟିଚାଳକ ଭାସ୍କରନାୟକ ଓ ବାଇକ୍ ଚାଳକ କାଳୁ ସ୍ୱାଇଁ ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାସ୍ସ ଯୋଗେ ବୁଗୁଡା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। କାଳୁ ସ୍ୱାଇଁଙ୍କ ଅବସ୍ଥା ଗୁରୁତର ଥିବାରୁ ବୁଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଭାସ୍କର ନାୟକଙ୍କ ମଧ୍ୟ ମୁଣ୍ତ ଓ ପାଦରେ ଆଘାତ ଲାଗିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ