ଆନ୍ଧ୍ରରେ ପଡିଲା ଗଛ: ଓଡିଶା ରାସ୍ତା ଜାମ୍ ହେଲା ଚୁପ ରହିଲା ଆନ୍ଧ୍ର ରାସ୍ତା ସଫାକଲା ଓଡିଶା
ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଠାରୁ ୭କିମି ଦୁରରେ ଥିବା ଆନ୍ଧ୍ରର ବସନ୍ଦରା ଗ୍ରାମ ନିକଟରେ ଆଜି ଭୋର ସକାଳୁ ଏକ ବିରାଟ ଗଛ ପଡି ଓଡିଶା ତଥା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଯୋଗାଯୋଗ କରୁଥିବା ରାସ୍ତାଟି ଅବରୋଧ ହୋଇଥିଲା । ହେଲେ ଗଛଟି ପଡିବା ୩ଘଣ୍ଟା ପରେ ମଧ୍ୟ ଆନ୍ଧ୍ର ପ୍ରଶାସନ ରାସ୍ତାରୁ ଗଛଟି ହଟାଇବା ପାଇଁ କୌଣସୀ ପଦକ୍ଷେପ ଗ୍ରହଣ କରି ନ ଥିଲା । ଯ ଦ୍ୱାରା ପାରଳାଖେମୁଣ୍ଡିକୁ ଆସୁଥିବା ସମସ୍ତ ଯାନବାହନ ସେଠାରେ ଘଣ୍ଟାଘଣ୍ଟା ଧରି ଅଟକି ରହିଥିଲା ଏହି ଘଟଣା ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜାଣିବା ପରେ ଏହି ରାସ୍ତା ଅବରୋଧକୁ ତୁରନ୍ତ ହଟାଇବା ପାଇଁ ସ୍ଥାନୀୟ ଦମକଳବାହିନୀ ଓ ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳରେ ସଂପୃକ୍ତ ବିଭାଗୀୟ କର୍ମଚାରୀମାନେ ପହଞ୍ଚି ଜେସିବି ମେସିନ୍ ଦ୍ୱାରା ପଡିଥିବା ଗଛଟିକୁ ରାସ୍ତାରୁ ହଟାଇଥିଲେ । ଏହାପରେ ପାରଳାଖେମୁଣ୍ଡି ସହରକୁ ସମସ୍ତ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଆନ୍ଧ୍ର ଭିନ୍ନଭିନ୍ନ ସମୟରେ ଓଡିଶାର ବିଭିନ୍ନ ଗ୍ରାମରେ ପ୍ରବେଶ କରି ଜବର ଦଖଲ ଓ ବିଭିନ୍ନ ବେନିୟମ କାର୍ଯ୍ୟ କରି ଓଡିଶାରେ ଆନ୍ଧ୍ର ଦବଙ୍ଗଗିରି ଚଳାଇ ଆସୁଛି । ଏ ନେଇ ଓଡିଶା ସରକାର ବିହିତ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଓଡିଶାରେ ଆନ୍ଧ୍ରର ଦବଙ୍ଗଗିରି ବଢି ଚାଲିଛି ବର୍ତ୍ତମାନ ଆନ୍ଧ୍ର ପରିସୀମାରେ ଓଡିଶାକୁ ସଂଯୋଗ କରୁଥିବା ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇ ଘଣ୍ଟା ଘଣ୍ଟା ଧରି ଲୋକଙ୍କ ଜିବନଯାତ୍ରା ବ୍ୟାହତ ହେଲେ ସୁଦ୍ଧା ରାସ୍ତା ଅବରୋଧ ହଟାଇବା ପାଇଁ କୌଣସୀ ପଦକ୍ଷେପ ଆନ୍ଧ୍ର ଗ୍ରହଣ ନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଅଟେ ।


