ଶିକ୍ଷକ ନେତା ପ୍ରାଧ୍ୟାପକ ମନିନ୍ଦ୍ର ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ ପରିସରରେ ଜିଲ୍ଲା ଅବସରପ୍ରାପ୍ତ ଅଧ୍ୟାପକ ସଂଘ ପକ୍ଷରୁ ରାଜ୍ୟର ଶିକ୍ଷକ ନେତା ପ୍ରାଧ୍ୟାପକ ମନିନ୍ଦ୍ର ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପୂର୍ବତନ ଅଧ୍ୟକ୍ଷ ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ବତନ ରାଜ୍ୟ ବେସରକାରୀ କଲେଜ ଶିକ୍ଷକ ସଂଘର ସଂପାଦକ ପ୍ରାଧ୍ୟାପକ ଅଜୟ ସାମଲ ସ୍ୱର୍ଗତ ସାମଲଙ୍କ କାର୍ଯ୍ୟାବଳୀ ବିଶେଷ ଭାବରେ ଶିକ୍ଷକ ମାନଙ୍କ ନେତୃତ୍ୱ ନେଇ ରାଜ୍ୟରେ ଶିକ୍ଷାର ଅଗ୍ରଗତି ଏବଂ ଶିକ୍ଷକ ସମସ୍ୟାର ସମାଧାନ ଦିଗରେ ତାଙ୍କର ଅଗ୍ରଣୀ ଭୂମିକା ସଂପର୍କରେ ସ୍ମୃତିଚାରଣ କରିଥିଲେ । ସେ ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରି ସରଳ ଜୀବନ ଯାପନ କରିବା ସହ ଅନେକ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ ସହ ନିଜକୁ ଜଡିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଂପାଦକ ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଡଃ. ଗିରିଶ ଚନ୍ଦ୍ର ପାତ୍ର, ଶ୍ରମିକ ନେତା ବାବାଜି ଧଳ, ବୀମା କର୍ମଚାରୀ ନେତା ଅମୀୟ ନାୟକ, ପ୍ରାଥମିକ ଶିକ୍ଷକ ସଙ୍ଘ ନେତା ଶ୍ରୀନିବାସ ପରିଡା, ବିକାଶ ସାମ୍ମୁଖ୍ୟ ଉପସଭାପତି ବୈଷ୍ଣବ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଗୈାରାଙ୍ଗ ଚରଣ ସାହୁ, ବଳରାମ ସାହୁ, ମଧୁସୁଦନ ବାରିକ ପ୍ରମୁଖ ସ୍ୱର୍ଗତ ସାମଲଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ