ଦିବଂଗତ ସାମ୍ବାଦିକ ଅରିନ୍ଦମ ଓ ଓଡ୍ରାଫ କର୍ମୀ ସୀତାରାମଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା):ଗଜ ଉଦ୍ଧାର ବେଳେ ମହାନଦୀର ମୁଣ୍ଡଳି ବ୍ୟାରେଜ ଦୁର୍ଘଟଣାରେ ଜୀବନ ହାରିଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ ଟିମ ସଦସ୍ୟ ସୀତାରାମ ମୁର୍ମୁଙ୍କ ଉଦ୍ଦେଶ୍ୟରେ’ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ’ (ଓୟୁଡବ୍ଲ୍ୟୁଜେ) ବାଲେଶ୍ୱର ଶାଖା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ‘ଓୟୁଡବ୍ଲ୍ୟୁଜେ’ର କର୍ମକର୍ତ୍ତା ସାମ୍ବାଦିକ ସନ୍ଦୀପ୍ତ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ । ସଂଗଠନର ସମ୍ପାଦକ ରବିରଂଜନ ଦାସ, ଶ୍ରଦ୍ଧାଞ୍ଜଳି ରାୟ, ସରୋଜ କୁମାର ପଣ୍ଡା, ସ୍ୱାଗତିକା ବାରିକ, ସୁଶାନ୍ତ କୁମାର ଦାସ, ଦୀପକ କୁମାର ମଲିକଙ୍କ ସମେତ ରତିକାନ୍ତ ପାତ୍ର, ମାନସ ରଂଜନ ବିଶ୍ୱାଳ, ରତିକାନ୍ତ ପାଢ଼ୀ ପ୍ରମୁଖ ଏଥିରେ ଯୋଗଦେଇ ଦୁଇ ଦିବଂଗତ ବ୍ୟକ୍ତିତ୍ୱଙ୍କ ଅକାଳ ବିୋଗକୁ ନେଇ ଶୋକ ପ୍ରକାଶ କରିଥିଲେ । ଏଥି ସହିତ କାର୍ଯ୍ୟରତ ବେଳେ ଅତି ଦୁଃସାହସିକ ହୋଇ ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେବା ଉଚିତ ନୁହେଁ ବୋଲି ସମସ୍ତେ ମତ ଦେଇଥିଲେ । ଏହି ଅବସରରେ ସ୍ୱର୍ଗତ ଦାସ ଓ ସ୍ୱର୍ଗତ ମୁର୍ମୁଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା କରି ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ