ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ନିଯୂକ୍ତି ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) : ବିପୁଳିଙ୍ଗି ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନାରେ ନିଯୁକ୍ତି ନିମନ୍ତେ ଶୁକ୍ରୁବାର କ୍ଲଷ୍ଟର ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିପୁଳିଙ୍ଗି, ଚିକଲଖଣ୍ଡି, ଭିକାରିପଲ୍ଲୀ ଓ ପୋଡାପଦର ଗ୍ରାମର ଯୁବକ ଯୁବତୀ ମାନେ ଆବେଦନ କରିଥିଲେ । ଏହି ଶିବିରକୁ ଛତ୍ରପର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡି, ବିପଳିଙ୍ଗି ସରପଂଚ ଟି. ନରସିଂହ ରେଡ୍ଡି, ସମିତିସଭ୍ୟ ଜୟଦେବ ଲେଙ୍କା, ଭିକାରୀପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନଙ୍କ ସମେତ ବହୁ ୱାର୍ଡ ମେମ୍ବର ମାନେ ଉପସ୍ଥିତ ଥିଲେ । ଓଡିଶା ଜିବିକା ମିଶନ୍ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏମବିକେ, ସିଆରପି ମାନେ ଉପସ୍ଥିତ ରହି ଚୟନ ପ୍ରକ୍ରିୟାରେ ସହ ଯୋଗ କରିଥିଲେ । ୫୭ ଜଣ ଯୁବକ ଯୁବତୀ ଏହି ଶିବିରରେ ପଞ୍ଜୀକୃତ କରିଥିବା ବେଳେ ୫୧ ଜଣଙ୍କୁ ଚୟନ କରାଯାଇଥିବା ଓଡିଶା ଜିବିକା ମିଶନ୍ ର ବ୍ଲକ ପ୍ରକଳ୍ପ ସଂଯୋଜିକା ଶ୍ରୀମତି ଜେନା ସୂଚନା ଦେଇଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ