ଆଇଏଫଏଚ୍‌ଡି ସଂସ୍ଥା ତରଫରୁ ମହିଳା ସଂଘକୁ ସହାୟତା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଓଡିଶାରେ ପ୍ରଥମ କରି ଆଇଏଫ୍‌ଏଚ୍‌ଡି ସଂସ୍ଥା ତଥା ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ଓଡିଶାର ୪ଗୋଟି ଜିଲ୍ଲା ତଥା ଗଜପତି, ଗଞ୍ଜାମ, ରାୟଗଡ, କଳାହାଣ୍ଡିରେ ପ୍ରଥମ କରି ମହିଳା ସଂଘ ଗୁଡିକୁ ସହାୟତା ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମରେ ମା ଫୁଲଛାଞ୍ଚୁଣୀ ହୋଟେଲକୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି । ଏହି ହୋଟେଲକୁ ଜିନିଷପତ୍ର ଆକାରରେ ୧୫ରୁ୨୦ ହଜାର ଟଙ୍କା ସହାୟତା କରାଯାଇଛି । ଏହା ସହ ଏହି ହୋଟେଲକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟ ଆଇଏଫ୍‌ଏଟ୍‌ଡି ସଂସ୍ଥାର ମୁଖ୍ୟ ଭେଙ୍କଟରମଣ । ଏପରି ଜିଲ୍ଲାର ପଛୁଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଭେଙ୍କଟରମଣ କହିଛନ୍ତି । ଏହି କର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଜି.ଗୌଡ, ରାୟଗଡ ସଂଯୋଜକ ବିଚିତ୍ର ରାଉତ, ଗଞ୍ଜାମ ଜିଲ୍ଲା ସଂଯୋଜକ ପ୍ରିତମ ଦିଗାଲ, ଗଜପତି ଜିଲ୍ଲା ସଂଯୋଜକ ସୁଦର୍ଶନ ବରାଡଙ୍କ ସମେତ ଜିଲ୍ଲାର ୬ଗୋଟିପଞ୍ଚାୟତ ତଥା ଅଡବା, ଡେଙ୍ଗେସଖାଲ, ଗୁଲୁବା, ଘୁଝୁଳି, ଖାରିଗୁଡା, ବିରିକୋଟ ଆଦିର ୨୨ ମହିଳା ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ