୫ମାସ ଧରି ଫେରାର ଥିବା ମଦ ମାଫିଆ ନାକା ସନ୍ତୋଷ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ତତ୍ପରତାରେ ଗତ ୫ମାସ ତଳେ ଅବକାରୀ ସ୍କାର୍ଡ ହାତରୁ ଖସି ଫେରାର ଥିବା ଚୋରା ମଦ ମାଫିଆ ନାକା ସନ୍ତୋଷକୁ ଗିରଫ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ନାକା ସନ୍ତୋଷ ନାମରେ ଗିରଫ ପରୱାନା ଜାରି ରହିଥିଲା । ତାକୁ ଅବକାରୀ ବିଭାଗ ସହ ପୋଲିସ ମଧ୍ୟ ଗିରଫ ପାଇଁ ଉଦ୍ୟମ ଚଳାଇ ଥିଲେ । ଗତକାଲି ପାରଳାଖେମୁଣ୍ଡି ମେଡିକାଲ ଛକରେ ନାକା ସନ୍ତୋଷ ରହିଥିବା କୌଣସି ସୁତ୍ରରୁ ଖବର ପାଇଁ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଧେଶକ୍ରମେ ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡାଙ୍କ ନେତୃତ୍ୱରେ ଅବକାରୀ ସ୍କାର୍ଡ ମେଡିକାଲ ଛକରେ ଚଢାଉ କରି ସନ୍ତୋଷକୁ ଗିରଫ କରିବାରେ ସଫଳ ହୋଇଥିଲେ । ପରେ ଅଭିଯୁକ୍ତ ନାକା ସନ୍ତୋଷକୁ କୋର୍ଟକୁ ଚାଲାଣ କରାଯାଇଛି । ମାନ୍ୟବର କୋର୍ଟ ସନ୍ତୋଷକୁ ପାରଳା ଜେଲ ହାଜତକୁ ପଠାଇଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ