ନିର୍ଯ୍ୟାତନା ଯୋଗୁଁ ପତ୍ନୀଙ୍କ ବିଷପାନ, ସ୍ୱାମୀ ଅଟକ

ବୁଗୁଡା, (ଅନିଲ ମହାରଣା):ସ୍ୱାମୀ ନିଶାପାନ କରି ପତ୍ନୀଙ୍କୁ ସର୍ବଦା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଯୋଗୁ ଶେଷରେ ପତ୍ନୀ ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ କ୍ରମେ ସ୍ୱାମୀ ଅଟକ ଥିବା ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଘଟଣାରୁ ଜଣାପଡିଛି ଯେ ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ କଲମ୍ବ ଗ୍ରାମର ଅରୁଣ ରାଉତ ପ୍ରାୟ ଦଶ ବର୍ଷ ପୂର୍ବେ ସୁଷମା ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ସର୍ବଦା ଅରୁଣ ମଦ୍ୟପାନ କରି ନିଜ ପତ୍ନୀଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିଲେ। ଗତକାଲି ମଧ୍ୟ ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଅତ୍ୟାଧିକ ନିର୍ଯ୍ୟାତନା ଯୋଗୁଁ ଆଜି ପତ୍ନୀ ସୁଷମା ରାଉତ(୩୦) ବିଷପାନ କରିଥିଲେ। ଗୁରୁତର ଅବସ୍ଥାରେ ସୁଷମାଙ୍କୁ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ଜୀବନ ରକ୍ଷା ହୋଇପାରି ନଥିଲା। ଡାକ୍ତର ସୁଷମା ରାଉତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ବୁଗୁଡା ଥାନା କେସ ନଂ ୪୯୭/୨୧ ପ୍ରକାରେ ଏକ ମାମଲା ରୁଜୁ ହେବାସହ ସ୍ୱାମୀ ଅରୁଣ ରାଉତଙ୍କୁ ଅଟକ ରଖାଯାଇ ଅନୁସନ୍ଧାନ ଜାରି ରହିଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ