ଆନ୍ଧ୍ର ପଶୁପାଳନ ମନ୍ତ୍ରୀଙ୍କ ବିରୋଧରେ ଏଫ୍.ଆଇ.ଆର୍.
ଗଜପତି, , (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ସୀମାକୁ ଅନଧିକାର ପ୍ରବେଶ କରି ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାର ମାଟିକୁ ଦଖଲ କରି ଓଡ଼ିଶାର ପ୍ରଶାସନିକ ଅଧିକାରୀ (ଅତିରିକ୍ତ ଜିଲ୍ଲାପାଳ)ଙ୍କୁ ହତ୍ୟା ଧମକପୂର୍ଣ୍ଣ ଭାଷାରେ ତାତ୍ସଲ୍ୟ କରି ସମଗ୍ର ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଥିବା ଜଣେ ଦୁର୍ବୃତ୍ତ, ଯିଏ ନିଜକୁ ପଲାସାର ବିଧାୟକ ଏବଂ ଆନ୍ଧ୍ରପ୍ରଦେଶର ମତ୍ସ୍ୟ ଓ ପଶୁପାଳନ ବିଭାଗର ମନ୍ତ୍ରୀ ବୋଲି ପରିିଚୟ ଢୋଲ ପିଟିଥିଲେ, ସେହି ଅନୁପ୍ରବେଶକାରୀ ଅପରାଧୀକୁ ଦଣ୍ଡିିତ କରିବା ପାଇଁ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ପ୍ରଥମ ଅଭିଯୋଗ ଫର୍ଦ୍ଦ (ଏଫ୍.ଆଇ.ଆର୍.) ଦାଖଲ କରାଯାଇଛି । ଦାଖଲ ସମୟରେ ପାରଳାଖେମୁଣ୍ଡିର ବରିଷ୍ଠ ବୁଦ୍ଧିଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ଡଳର ସଭାପତି ସୀତା ବଲ୍ଲଭ ମହାପାତ୍ର, ବିଜୟ ପରିଡ଼ା, ମୁରଲୀଧର, ଯୁବ ସାମ୍ବାଦିକ ଚିରଞ୍ଜିବୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।