ମଣିପୁର ଥାଙ୍ଗଲରେ ବିସ୍ଫୋରଣ
ଇମ୍ପାଲ , (ଯୁଗାବ୍ଦ ନ୍ୟୁଜ) : ମଣିପୁର ଇମ୍ପାଲ ନଗରୀରେ ଖୋୟାଥଙ୍ଗ୍ ସଡକପଥର ଥାଙ୍ଗଲା ବଜାର ଅଞ୍ଚଳରେ ବୁଧବାର ହଠାତ ବିସ୍ଫୋରଣ ଘଟିବା ଯୋଗୁଁ ପାଞ୍ଚଜଣ ପୋଲିସ ଅଧିକାରୀ ଗୁରୁତର ଆହାତ ହୋଇଥିବାବେଳେ ଜଣେ ସାଧାରଣ ଜନତା ମଧ୍ୟ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଆଙ୍ଗାଲା ବଜାରର ସନି ମନ୍ଦିର ନିକଟରେ ଆଜି ସକାଳ ୯ଘଣ୍ଟା୨୨ ମିନଟ ସମୟରେ ହଠାତ ବିସ୍ଫୋରଣ ଘଟିଥିଲା । ତୁରନ୍ତ ପୋଲିସ ଅଧିକାରୀମାନେଂ ଉକ୍ତ ଅଞ୍ଚଳକୁ ଘେରବନ୍ଦୀ କରିବା ସହ ଯାଞ୍ଚ ଆରମ୍ଭ କରିଥିଲେ ।


