ଗଜପତିରେ ପ୍ରି-ସ୍କୁଲ ୟୁନିଫର୍ମ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଲାଗି ପ୍ରି-ସ୍କୁଲ ୟୁନିଫର୍ମ ବଣ୍ଟନ କରାଯାଇଥିବାର ଜଣାପଡିଛି । ରାୟଗଡ ବ୍ଲକ ସଦର ମହକୁମା ସ୍ଥିତ ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଙ୍ଗନବାଡି କର୍ମୀଙ୍କୁ ମିଶନ ଶକ୍ତି ବିଭାଗ ଆନୁକୁଲ୍ୟରେ ଏହଗୁଡିକୁ ହସ୍ତାନ୍ତର କରାଯାଇଛି । ସେହିପରି ଆର୍.ଉଦୟଗିରି ଏବଂ ମୋହନା ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଲାଗି ଏହି ପ୍ରି-ସ୍କୁଲ ୟୁନିଫର୍ମ ସହ ସୁଇଟର, ଯୋତା ଆଦି ବଣ୍ଟନ କରାଯାଇଛି । ଚଳିତ ବର୍ଷ ମଧ୍ୟ କୋଭିଡ ନିୟମକୁ ପ୍ରାଧ୍ୟାନ୍ୟ ଦେଇ ଛୋଟ ଛୋଟ ପିଲାମାନଙ୍କ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତଙ୍କୁ ପୋଷାକ ତଥା ୟୁନିଫର୍ମ ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଏସ୍ଏଚ୍ଜି ମାଧ୍ୟମରେ ଏହି ପୋଷାକ ବିତରଣ କରାଯାଇଛି ।


