ବ୍ୟବସାୟୀଙ୍କ ବିୟୋଗରେ ଶୋକ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବଜାର କାଳୀପୂଜା କମିଟିର ଅନ୍ୟତମ ସଦସ୍ୟ ତଥା ବ୍ୟବସାୟୀ ରବିନ୍ଦ୍ର ଦେବତାଙ୍କ ବିୟୋଗରେ ଆଜି ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ଅନନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ପୂଜା କମିଟି ସଭାପତି ଯୋଗେନ୍ଦ୍ର କୁମାର ଦାସ, ଅଧ୍ୟାପକ ଭରତ ଚନ୍ଦ୍ର କରଣ, ନାରାୟଣ ଚନ୍ଦ୍ର ପଣ୍ଡା, ଧନେଶ୍ୱର ନାୟକ, ବସନ୍ତ କୁମାର ରାଉତ, ବିଦ୍ୟାଧର ରାଉତ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦେବତାଙ୍କ ଜୀବନ ଚର୍ଯ୍ୟା ସମ୍ପର୍କରେ ମତଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ଲକ୍ଷ୍ମୀଧର ସାହୁ, ଶିକ୍ଷାବିତ ଉମାକାନ୍ତ ଜେନା,ସଂସ୍କୃତି ପ୍ରେମୀ ଧନେଶ୍ୱର ନାୟକ, ଗାୟକ ଭରତ ଚନ୍ଦ୍ର ଜେନା, ମନୋରଞ୍ଜନ ବେହେରା, ଉପେନ୍ଦ୍ର ପରିଡା, ଆନନ୍ଦ ଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବଜାର କମିଟି ସମ୍ପାଦକ ମାନସ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ