୧୫୨ ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରେସକ୍ଲବ ବେଲଗୁଣ୍ଠା ଏବଂ ଭଞ୍ଜନଗର ରୋଟାରୀ କ୍ଲବ ମିଳିତ ସହଯୋଗରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏବଂ ଅନ୍ୟତମ ଅତିଥି ଭାବେ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ଭି.ଦେବୀ ପ୍ରସାଦ ପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର,ରୋଟାରୀ କ୍ଲବ ସମ୍ପାଦକ ସୁଧୀର ପାଣିଗ୍ରାହୀ, ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ, ଡକ୍ଟର୍ ଏସ,ମୃତ୍ୟୁଞ୍ଜୟ ଓ ପିଏଚଜି ଓ,ରାମହରି ପାତ୍ର, ସାଇ ଆଇଟି ଆଇ ଅଧକ୍ଷ ମଧୁସୁଧନ ମହାପାତ୍ର,ଏଲ ଏଚ ବି ମାନସୀ ଦାସ, ଏନେମ ବବିତା ପତି ପ୍ରେସ କ୍ଲବ ଉପ ସଭାପତି ପ୍ରଭାତ ସାହୁ, ସହ ସମ୍ପାଦକ ସରୋଜ ଶତପଥୀ ଓ ସାମ୍ବାଦିକ ଶିବରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ I ଏଥିରେ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ସମସ୍ତ ସ୍ଵାସ୍ଥ୍ୟ କର୍ମୀଙ୍କୁ ନେଇ ସ୍ଵଚ୍ଛତା ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହେବା ସହ ମେଡିକାଲ୍ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା I ଏହି ଅବସରରେ ବେଲଗୁଣ୍ଠା ସହର ପରିକ୍ରମା କରାଯାଇ ବେଲଗୁଣ୍ଠା ସହରକୁ ସ୍ଵଚ୍ଛ ଏବଂ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ସହରବାସୀଙ୍କୁ ବିଭିନ୍ନ ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ସଚେତନ କରାଯାଇଥିଲା I