ଦୁର୍ଘଟଣାରେ ପୂର୍ବତନ ଛାତ୍ର ସାଂସଦ ସଭାପତି ଆହତ

ଗଞ୍ଜାମ, (ବିନୋଦ ପଲେଇ):ଗଂଜାମ ମହାବିଦ୍ୟାଳୟ ର ପୂର୍ବତନ ସଭାପତି ଅନିଲ କୁମାର ପରିଡା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ ,ବସିଥିବା ଜିତୁ ପରିଡା ବି ଆହତ ହୋଇଥିଲେ। ସେମାନଙ୍କୁ ଗଂଜାମ ମେଡିକାଲ ଅଣାଯାଇଥିବା ବେଳେ, ଗଂଜାମ ର ୧୦୮ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ପର ଠାରୁ ଆସିନଥିବାରୁ ଉତେଜନା ପ୍ରକାଶ ପାଇଥିଲା। ଉତାକ୍ତ ଲୋକେ ଆମ୍ବୁଲାନ୍ସ ତୁରନ୍ତ ଗଂଜାମ ମେଡିକାଲକୁ ଦେବା ଦାବି ନେଇ ମେଡିକାଲ ସମ୍ମୁଖରେ ଧାରଣା ଦେଇଥିଲେ । ଯାହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା। ଆଜି ଅନୀଲ ନିଜ ବାଇକରେ ବ୍ରହ୍ମପୁରରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଗଞ୍ଜାମ ସ୍ଥିତ ଜାତୀୟ ରାଜପଥ(୧୬) ଋଷିକୂଲ୍ୟା ନଦୀ ବ୍ରିଜ ଉପରେ ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ବିଜେଡି ନେତା ସୁଧୀର କୁମାର ପାଢୀ ଓ ସିଲୁଦାସ ଗଂଜାମ ମେଡିକାଲ ଆଣିଥିଲେ। ସେଠାରେ ଚିକିତ୍ସିତ କରିବା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ଉତାକ୍ତ ଲୋକେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ୧୦୮ ଆମ୍ବୁଲାନ୍ସ କେବେ ଗଞ୍ଜମ ମେଡିକାଲକୁ ଆସିବ ନେଇ ମେଡିକାଲ ସମ୍ମୁଖରେ ପୂର୍ବତନସାଂସଦ ପ୍ରତିନିଧି ଲଷ୍ମୀ ପାଢ଼ୀ, ଗଂଜାମ ନଗର ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ସିଲୁଦାସ, ପୂର୍ବତନ କାଉନସିଲର ଦୂର୍ଗା ମାଧବ ପାଣିଗ୍ରାହୀ, ବରିଷ୍ଠ ନାଗରିକ ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ଯୁବନେତା ମଦନ ପାଢ଼ୀ, ରାନୁ ବୈଠାରୁ, ଟୁଟୁ ସାହୁ, ସାନ୍ତୁନ କୁମାର ବିଶ୍ବାଳ, ପୂର୍ବତନ ଛାତ୍ର ସଂସଦ ସଭାପତି ଶିବାନନ୍ଦ ପଲେଇ, ପ୍ରମୁଖ ଧାରଣା ଦେବାରୁ ଉତେଜନା ପ୍ରକାଶ ପାଇଥିଲା। ଉତକ୍ତ ଲୋକେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ପରେ ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ଆୟୁଷ ଡାକ୍ତର ବନଜ କୁମାର କର ଆସି ଲୋକଙ୍କୁ ବୁଝାସୁଝା କରିଥିଲେ। ୧୦୮ ଆମ୍ବୁଲାନ୍ସ ବୁଝିଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ୧୦୮ ଆମ୍ବୁଲାନ୍ସ ନ ଆସିବା ପର୍ଯ୍ୟନ୍ତ ୧୦୨ ଆମ୍ବୁଲାନ୍ସ ଗଂଜାମ ରେ ରୋଗୀଙ୍କୁ ନେବ ବୋଲି ଡାକ୍ତର କର କହିଥିଲେ । ତଥାପି ଲୋକେ ବୁଝିନଥିଲେ । ପରେ ଆଇଆଇସି ସାହୁ ଏନେଇ ଏକ ବୈଠକ ଡାକି ଏହାର ସମାଧନ ଦିଗରେ ପଦେଖପ ନେବେ ବୋଲି କହିବା ପରେ ଉତାକ୍ତ ଲୋକେ ଆନ୍ଦୋଳନରୁ ଓହରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ