ରୋଟାରୀ କ୍ଲବ ଶାଶ୍ୱତର ଅଧିଷ୍ଠାନ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) : ରୋଟାରୀ କ୍ଲବ ଶାଶ୍ୱତର ଅଧିଷ୍ଠାନ ଦିବସ ସ୍ଥାନୀୟ ଉଦ୍ୟୋଗ ଭବନଠାରେ ପାଳିତ ହୋଇଯାଇଛି । ଶାଶ୍ୱତର ସଭାପତି ରୋ. ଲକ୍ଷ୍ମୀନାରାୟଣ ମହାନ୍ତି କ୍ଲବର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ଆଗାମୀ ୨୦୨୧- ୨୨ର ସଭାପତି ଭାବେ ଡ. କୁମାର ଗୋପାଲଙ୍କୁ ସେ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସମ୍ପାଦକ ରୋ. ବିଜୟ କୁମାର ଦାସ ଓ ୨୧-୨୨ର ସମ୍ପାଦକ ରୋ. ଗୌରୀଚରଣ ଗିରି ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଡ. ହୃଷୀକେଶ ସାହୁ ଏହି ଅଧିଷ୍ଠାନ ଉତ୍ସବରେ ସଭାପତିତ୍ୱ କରିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସମାଜସେବୀ ସୁବାସିନୀ ଜେନା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମାନବ ଜୀବନ ଦର୍ଶନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଇନର ହୁଇଲ କ୍ଲବ ସଭାପତି ଭାବେ ଗୀତାଞ୍ଜଳି ପାଣିଗ୍ରାହୀ ଓ ସମ୍ପାଦିକା ଭାବେ କଲ୍ୟାଣୀ ନନ୍ଦ ନିର୍ବାଚିତ ହୋଇଥିଲେ । ୬ଜଣ ଶିକ୍ଷୟିତ୍ରୀଙ୍କୁ ନେସନ ବିଲଡର ଆୱାର୍ଡ଼ ପ୍ରଦାନ ସାଙ୍ଗକୁ୧୫ ଜଣ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପଦ୍ମାବତୀ ଜେନା, ସତ୍ୟଭାମା ମୁଦୁଲି, ସଞ୍ଜୟ ମହାନ୍ତି, ନଟବର ପ୍ରଧାନ, ଅନନ୍ତ ପ୍ରଧାନ, ଦେବାଶିଷ ଚାଟାର୍ଜୀ ପ୍ରମୁଖ ସହାୟତା କରିଥିଲେ । ବିଜେତା ରଣା ସଞ୍ଚାଳିକା ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।


