ଭାରତ ସ୍କାଉଟ୍ ଗାଇଡ଼୍‌ର ଜିଲ୍ଲା ତାଲିମ କମିଶନର ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ସଂସ୍ଥା ତରଫରୁ ଅନ୍‌ଲାଇନ୍ ମାଧ୍ୟମରେ ଜିଲ୍ଲା ତାଲିମ କମିଶନରମାନଙ୍କର ସମ୍ମିଳନୀ ଆରମ୍ଭ କରାଯାଇଛି । କୌଣସି କାରଣ ବଶତଃ ସ୍କାଉଟ୍ ମାଷ୍ଟର ଓ ଗାଇଡ଼ କ୍ୟାପଟେନ୍ ଟ୍ରେନିଂ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ ଏହି ସଂସ୍ଥାରେ ସାମିଲ ହେବାର ସୁଯୋଗ ସୃଷ୍ଟି କରିବା ସହିତ ସେମାନେ କିପରି ନୂତନ ଇଉନିଟ୍ ପଞ୍ଜିକରଣ କରିପାରିବେ ଏବଂ ସେଗୁଡ଼ିକୁ ସୂଚାରୁ ରୂପେ ପରିଚାଳିତ କରିପାରିବେ ସେ ସଂପର୍କରେ ବିଶଦ ଆଲୋଚନା କରାଯାଇଥିଲା । ଫଳସ୍ୱରୂପ ଜିଲ୍ଲା ସ୍ତରରେ ସ୍କାଉଟ୍ ଗାଇଡ଼ର ପ୍ରଚାର ଓ ପ୍ରସାର ହେବା ସହିତ ଅଧିକରୁ ଅଧିକ ପିଲାମାନେ ସମାଜ ସେବାରେ ନିଜକୁ ନିୟୋଜିତ କରିପାରିବେ ବୋଲି ଆଶା କରାଯାଏ । ଏହି ତାଲିମ ଶିବିରକୁ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଶିବିରଟି ରାଜ୍ୟ ତାଲିମ କମିଶନର (ସ୍କାଉଟ) ଶ୍ରୀ ସୁରଜିତ୍ ସେନ୍‌, ରାଜ୍ୟ ତାଲିମ କମିଶନର (ଗାଇଡ଼୍‌) ସୁଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ପରିଚାଳନା କରିଥିଲେ । ରାଜ୍ୟ ସାଂଗଠନିକ କମିଶନର (ଗାଇଡ଼୍‌) ଏବଂ ଆଡିମିନି ଷ୍ଟ୍ରେଟିଭ ଅଫିସର ଶ୍ରୀମତୀ ଅନାମିକା ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ଯୁଗ୍ମ ସଂପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ