ଗୋଷାଣୀ ଓ ରାୟଗଡ ବ୍ଲକରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଜି ତୃତୀୟ ଦିନରେ ଗୋଷାଣୀ ଓ ରାୟଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ବଣ୍ଟନ କରାଯାଇଛି । ଗୋଷାଣୀ ବ୍ଲକର ତାଟିପାଟି ଗ୍ରାମରେ ଅର୍ଥ ଓ ଅବକାରୀ ବିଭାଗର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷା ସିଏଚ୍ ତାରକେଶ୍ୱରୀ ପ୍ରମୁଖ ଯୋଗ ଦେଇ କାର୍ଡ ବଣ୍ଟନ କରିଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ଏହି କାର୍ଡର ଉପକାରିତା ସମ୍ପର୍କରେ ବୁଝାଇ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିଲେ । ସେହିପରି ରାୟଗଡ ବ୍ଲକର ଜିରାଙ୍ଗ ଗ୍ରାମ ଠାରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇଥବା ବେଳେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଆର୍.ବିଜୟ କୁମାର ପ୍ରମୁଖ ଉପସ୍ଥିତଥିଲେ । ପ୍ରଶାସନ ତରଫରୁ ରାୟଗଡ ବିଡିଓ ରାଜା ରଂଜିତ ପ୍ରତାପ ବଳ, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ଅତିରିକ୍ତ ଅଧିକାରୀ ବିକାଶ ସେଠୀ ପ୍ରମୁଖ ଉପସ୍ଥିତ ରହି ସୂଚନାରୁ ରୂପେ ପରିଚାଳନା କରିଥିଲେ ।