ଗଜପତିରେ ପ୍ରାଣୀଧନ ସମସ୍ୟାକୁ ନେଇ ସିଡିଭିଓଙ୍କୁ ଭାଜପା କୃଷକ ମୋର୍ଚ୍ଚାର ସ୍ମାରକପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସକଙ୍କୁ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବ।।ର ଜଣାପଡିଛି । ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ବହୁ ଜିଲ୍ଲାସ୍ତରୀୟନେତା ଜିଲ୍ଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସକ ଡାକ୍ତର ଶ୍ରୀନିବାସ ବେହେରାଙ୍କୁ ଭେଟି ମୁଖ୍ୟତଃ ୪ଗୋଟି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାରେ ମାତ୍ରାଧିକ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯଦ୍ୱାରାକି ଲୋକେ ବିଶେଷ କରି ରାତ୍ର ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କୁକୁର ବନ୍ଧ୍ୟାକରଣ ଯୋଜନାକୁ ଲାଗୁ କରିଲେ କୁକୁରଙ୍କ ସଂଖ୍ୟା କମିବାରେ ଲାଗିବ । ଜିଲ୍ଲାରେ ଗୋଶାଳା ଯୋଜନାରେ ଉପଯୁକ୍ତ ହିତାଧିକାରୀଙ୍କୁ ସାମିଲ ନ କରାଯାଇ ଅନୁପଯୁକ୍ତ ଲୋକଙ୍କୁ ପ୍ରଦାନ କରାଯାଇଛି । ସେହିପରି କୁକୁଡା, ଛେଳି, ମାଛ ଉତ୍ପାଦନକାରୀ ତଥା ଚାଷୀଙ୍କ ଲାଗି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେବାକୁ ଜଣାଇଛନ୍ତି । ସଚେତନତା ଅଭାବରୁ ବହୁ ଚାଷୀ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ତଥ୍ୟ ଜାଣିପାରୁ ନାହାନ୍ତି ଏହା ସହ ଉଲ୍ଲେଖିତ ଉତ୍ପାଦନ ଉପରେ ଧାରଣା ନ ଥାଇ ବହୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଜିଲ୍ଲାବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି । ଏହା ସହ ପ୍ରାଣୀଧନର ସୁରକ୍ଷା ପାଇଁ ଜିଲ୍ଲାରେ ଆମ୍ବୁଲାନ୍ସ ସେବା ପ୍ରଚଳନ କରିବାପାଇଁ ଜଣାଇଛନ୍ତି । ଏହି ସ୍ମାରକ ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଭାଜପାର ବରିଷ୍ଠ ନେତା ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ