ଭାରତୀୟ ପୂର୍ବତନ ସୈନିକ ସଂଘ ପକ୍ଷରୁ ବାୟୁସେନା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତୀୟ ପୂର୍ବତନ ସୈନିକ ସଂଘ, ବାଲେଶ୍ୱର ଶାଖାରେ ୮୯ତମ ବାୟୁସେନା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ବାୟୁସେନା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ୧୯୩୨ ମସିହାରେ ବାୟୁସେନା ସ୍ଥାପନା ହୋଇଥିଲା । ଦୀର୍ଘ ବର୍ଷର ଗୌରବ ଓ ଗାରିମାକୁ ଆଜି ଦିନରେ ପ୍ରଦର୍ଶନ କରେ ବାୟୁସେନା । ସ୍ୱର୍ଣ୍ଣିମ ବିଜୟ ବର୍ଷରେ ବାୟୁସେନାର ଲକ୍ଷ୍ୟ ‘ନଭମ ସ୍ପର୍ଶମ ଦୀପ୍ତମ’ ପାଇଁ ଆମେ ଗର୍ବିତ ଯେ ସାରା ପୃଥିବୀରେ ଆମ ବାୟୁସେନା ଚତୁର୍ଥ ବୃହତ୍ତମ ସେନା । ଦେଶରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାୟୁସେନାର ଭୂମିକା ବହୁତ ଅଧିକ ପରିମାଣରେ ଦେଖାଯାଏ । ଗୁଜରାଟର ଝଡ଼ବାତ୍ୟାଠାରୁ ଆରମ୍ଭ କରି, ସୁନାମୀ, ଉତ୍ତରାଖଣ୍ଡର ବନ୍ୟା ବିପତ୍ତି ଓଡ଼ିଶାର ସୁପର ସାଇକ୍ଲୋନ୍ରେ ବାୟୁସେନାର ଭୂମିକା ପ୍ରଶଂସନୀୟ । ପାକିସ୍ଥାନରେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଏକ ଅତୁଳନୀୟ ଘଟଣା । ଆମ୍ଭେ ଅବସରପ୍ରାପ୍ତ ବୀର ସୈନିକ ସର୍ବଦା ଦେଶପାଇଁ ଏକ ସଂରକ୍ଷିତ ଶକ୍ତି ହିସାବରେ ଦଣ୍ଡାୟମାନ ହୋଇ ରହିଛୁ । ଜୟ ଜୱାନ୍, ଜୟ ଭାରତ ।