ବିଜୁ ଜନତା ଦଳରେ ସାମିଲ ହେଲେ ୭୦ ରୁ ଉର୍ଦ୍ଧ୍ବ ପରିବାର

ପୋଲସରା (ଅନିଲ ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମ ପଞ୍ଚାୟତର ୭୦ ପରିବାର ବିଜେପି ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସ୍ୱଚ୍ଛ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ଉନ୍ନୟନ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ଅକ୍ଟୋବର ୧୦ ତାରିଖ ଦିନ ହାତୀଓଟ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ବିଧାୟକ ଶ୍ରୀ ସାହୁଙ୍କ ଉପସ୍ଥିତରେ ବରଗାଁ ଗ୍ରାମର ନିରଞ୍ଜନ ଗୌଡ଼ଙ୍କ ନେତୃତ୍ୱରେ ୭୦ ରୁ ଉର୍ଦ୍ଧ୍ବ ବିଜେପି ନେତା, କର୍ମୀ ଓ ସମର୍ଥକ ପରିବାର ବିଜେପି ସହ ସମ୍ପର୍କ ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବରଗାଁ ଗ୍ରାମର ପୂର୍ବତନ ନାଏବ ସରପଞ୍ଚ ନିରଞ୍ଜନ ଗୌଡ଼ଙ୍କ ସମେତ କବିରାଜ ଗୌଡ଼, ଶ୍ୱେତ ଗୌଡ଼, ଶରତ ଗୌଡ଼, ଭୀମସେନ ବେହେରା, ସନ୍ତୋଷ କୁମାର ବେହେରା, ସୁରେନ୍ଦ୍ର ବେହେରା, ମିଟୁ ସେଠୀ, କୈଳାସ ଡାକୁଆ, ତ୍ରିଲୋଚନ ସାହୁ ପ୍ରମୁଖଙ୍କ ସମେତ ୭୦ ରୁ ଉର୍ଦ୍ଧ୍ବ ପରିବାର ସ୍ବେଚ୍ଛାକୃତ ଭାବେ ବିଜେପି ତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ। ବିଜେଡିରେ ସାମିଲ ହୋଇଥିବା ସମସ୍ତ ପରିବାର ମୁଖ୍ୟଙ୍କୁ ବିଧାୟକ ଶ୍ରୀକାନ୍ତ ସାହୁ ଉପଢୌକନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀ ଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ