ଗଜପତିରେ ଉପହାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଅସହାୟ ମହିଳାଙ୍କୁ ରାସନ ବଣ୍ଟନ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଉପହାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଗଜପତି ଜିଲ୍ଲାର ଅସହାୟ ମହିଳାମାନଙ୍କୁ ବିଭିନ୍ନ ରାସନ ବଣ୍ଟନ କରାଯାଇଛି । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ କାଲଟା ଗ୍ରାମ ସ୍ଥିତ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ରଜତ କୁମାର ପାଣିଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠାନର ମ୍ୟାନେଜର ବିରଜ ମୋହନ ପାଲ, ସଂଯୋଜକ ସୁଶାନ୍ତ ଦୀପ, କୋଷାଧ୍ୟକ୍ଷ ପ୍ରଣବ ବେବର୍ତ୍ତା, ପ୍ରୋଗ୍ରାମ ଇନ୍ଚାର୍ଜ ନୋସନ ଲିମା ଏବଂ ସରୋଜ ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲାର ୮୩ ଗ୍ରାମର ପ୍ରାୟ ୩୦୦୦ ପରିବାରକୁ ଏହି ରାସନ ପ୍ରଦାନ କରିଥିବା ନେଇ କହିଥିଲେ କାର୍ଯ୍ୟରତ ଅଧିକାରୀ । ଏହି ବଣ୍ଟନରେ ଅସହାୟ ମହିଳା ଯଥା ବିଧବା, ଦିବ୍ୟାଙ୍ଗ ଏବଂ ଗରିବ ଶ୍ରେଣୀର ମହିଳା ମାନଙ୍କୁ ୧୫ କିଲୋ ଚାଉଳ, ଡାଲି , ରନ୍ଧା ତେଲ ଏକ ଲିଟର, ଅଟା, ସୁଜି ଏବଂ ଚୁଡା କିଲୋ ଲେଖାଏଁ ବାଣ୍ଟିଥିବା ନେଇ ସୂଚନା ପ୍ରଦାନ କରିଥିଲେ । ଆଜିର ଏହି ବଣ୍ଟନ କାର୍ଯ୍ୟକ୍ରମେ ଗୁମ୍ମା ବ୍ଲକର ନାମନଗଡ ଗ୍ରାମରେ ୨୮ ଜଣଙ୍କୁ, କାଶୀନଗର ବ୍ଲକର ଖିଙ୍ଗା ଗ୍ରାମରେ ୩୯ ଜଣଙ୍କୁ ଏବଂ ପାରଳାଖେମୁଣ୍ଡି ଅଞ୍ଚଳରେ ୨୨ ଜଣଙ୍କୁ ଏହି ରାସନ ବାଣ୍ଟିଥିବା କହିଛନ୍ତି ଅନୁଷ୍ଠାନର କର୍ମଚାରୀ ।


