ଶାରଦୀୟ ଦୁର୍ଗାପୂଜା ପାଇଁ ଶୃଙ୍ଖଳିତ ପ୍ରସ୍ତୁତି ବୈଠକ

ବାଲିଗୁଡା, ( ସଞ୍ଜୟ କୁମାର ପାଣିଗ୍ରାହୀ ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଶାରଦୀୟ ପୂଜା କମିଟି ସହ ଥାନା ଅଧିକାରୀ କୌଶିକ ମାଝୀ ଆଲୋଚନା କରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ଼ ଗାଇଡ଼ ଲାଇନ ନେଇ ଆଲୋଚନା ହୋଇଛି । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି କୋଭିଡ଼ ନିୟମ କୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ ପୂଜାର୍ଚ୍ଚନା ଓ ଶ୍ରଦ୍ଧାଳୁଙ୍କ ସମାଗମ କରିବାକୁ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏସଓପି ଅନୁଯାଇ ପୂଜା କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି ଏହାକୁ ପୂଜା କମିଟି ମାନି ନେଇଛି । ଥାନା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନା ବୈଠକରେ ଏସ ଆଇ ସୌମ୍ୟ ରଞ୍ଜନ ଜେନା ଙ୍କ ସମେତ ପୂଜା କମିଟି ସଭାପତି ସନ୍ତୋଷ ସାହୁ, ସମ୍ପାଦକ ଲଡୁ କିଶୋର ସାହୁ, ଗ୍ରିନବାଡ଼ି ଗ୍ରାମ୍ୟ କମିଟି ଉପ ସଭାପତି ଗୋପାଳ ନାୟକ, ବରିଷ୍ଠ ନାଗରିକ ପ୍ରଭାକର ଦିଗାଳ, ତ୍ରିଲୋଚନ ନାୟକ ଓ ସିମନବାଡ଼ି ପୂଜା କମିଟି ଦାୟିତ୍ୱରେ ଥିବା ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ଦାରିଙ୍ଗବାଡି ବ୍ଲକ ହେଡ଼ କ୍ୱାଟର ଏବଂ ସିମନବାଡ଼ି ଅଞ୍ଚଳ ଏହି ଦୁଇଟି ସ୍ଥାନରେ ପୂଜା ହେବା ନେଇ ଆଲୋଚନା ହୋଇଥିଲା । ସଂସ୍କୃତି ଓ ପରମ୍ପରାକୁ ନେଇ କୋଭିଡ଼ ଗାଇଡ଼ ଲାଇନ ଅନୁଯାଇ ଶାନ୍ତି ଶୃଙ୍ଖଳା ସହ ଶାରଦୀୟ ଦୁର୍ଗାପୂଜା ପାଳନ କରାଯିବ ବୋଲି ପୂଜା କମିଟି ସଭାପତି ସନ୍ତୋଷ ସାହୁ କହିଛନ୍ତି । ଏହି ଅବସରରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ କୋଭିଡ଼ ଗାଇଡ଼ ଲାଇନ ସହ ସମସ୍ତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରସ୍ତୁତ ଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ