ଗଜପତିରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡ଼ା ମନ୍ତ୍ରାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ କରାଯାଇଛି । ଆଜି ସକାଳେ ପାରଳାଖେମୁଣ୍ଡିରେ ଥିବା ଆଦର୍ଶ ପୋଲିସ୍ ଷ୍ଟେସନରେ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ପୋଲିସ୍ କର୍ମୀ ଓ “ସାଇବାବା ଯୁବକ ସଂଘର” ସଦସ୍ୟ ମିଳିତ ଉଦ୍ୟୋଗରେ ଷ୍ଟେସନର ପରିସର ଅଞ୍ଚଳ ଗୁଡ଼ିକର ଅଦରକାରୀ ପ୍ଲାଷ୍ଟିକ୍‌ ସାମଗ୍ରୀ କରି ପରିବେଶକୁ ସ୍ୱଚ୍ଛ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ (ଆଇଆଇସି) ବିବେକାନନ୍ଦ ସ୍ୱାଇଁ ସାର ଯୋଗ ଦେଇଥିବାବେଳେ, ଏନ୍‌ୱାଇକେର ସ୍ୱେଚ୍ଛାସେବୀ ଏ. ମହେଶ୍ୱର ରାଓ, ଭି. ଭବାନୀ ପ୍ରସାଦ, ସାଇବାବା ଯୁବକ ସଂଘର ସେକ୍ରେଟାରୀ ଶିରିଷା ପ୍ରଧାନ ଓ କେ. କଣ୍ଡାଲ ରାଓ (ମେମ୍ବର)ପ୍ରମୁଖ ନିଜର ସଂପୂର୍ଣ୍ଣ ସହଯୋଗ ଯୋଗାଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ