ସାରଙ୍ଗ ଷ୍ଟାଡିୟମ ହତ୍ୟା ଘଟଣାର ୧୧ବର୍ଷ ପରେ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ସାରଙ୍ଗସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ଗତ ୨୦୧୦ମସିହାରେ ହୋଇଥିବା କୃଷ୍ଣ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ୧୧ବର୍ଷ ପରେ ଅଭିଯୁକ୍ତକୁୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାଇ ସାରଙ୍ଗର ବିଜୁ ପଟ୍ଟନାୟକ ଷ୍ଟାଡିୟମର ଜଗାରଖା ଦାୟୀତ୍ୱରେ ଥିଲେ ସାରଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ । କୃଷ୍ଣଙ୍କୁ ଗତ ୨୦୧୦ମସିହା ଅପ୍ରେଲମାସ ୧୬ତାରିଖ ରାତିରେ ସେହି ଷ୍ଟାଡିୟମ ପରିସରରେ ରହୁଥିବା ୫ଜଣ ବଙ୍ଗାଳି ଶ୍ରମିକ ହତ୍ୟା କରିଦେଇଥିବା ନେଇ କୃଷ୍ଣଙ୍କ ପତ୍ନୀ ଅପର୍ଣ୍ଣା ପ୍ରଧାନ କେନ୍ଦ୍ରାପଡା ଟାଉନ ଥାନାରେ ଗତ ୧୭.୦୪.୨୦୧୦ମସିହାରେ ଏତଲା ଦେଇଥିଲେ । ସେହି ଅଭିଯୋଗକୁ ଆଧାର କରି ଟାଉନ ଥାନା ପୋଲିସ ୫୧/୨୦୧୦ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । କେନ୍ଦ୍ରାପଡା ଟାଉନ ଥାନାର ଅତିରିକ୍ତ ଆଇ.ଆଇ.ସି. ତଥା ତଦନ୍ତକାରୀ ଅଧିକାରୀ ସୁମନ୍ତ କିଷାନ ସେହି ହତ୍ୟା ଘଟଣାର ଅଭିଯୁକ୍ତ ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାର ଭଗବାନଗୁଲା ଥାନା ଅନ୍ତର୍ଗତ ଚାଣ୍ଟା ଗ୍ରାମର ଗୁରୁପଦ ଦାସଙ୍କ ପୁଅ ପ୍ରବୋଧ ଦାସ(୪୮)କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ପ୍ରବୋଧ ସାରଙ୍ଗସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ମୃତ କୃଷ୍ଣ ପ୍ରଧାନଙ୍କ ସହ କୈାଣସି କାରଣକୁ ନେଇ ଝଗଡା ହେବାରୁ ପ୍ରବୋଧ କ୍ରୋଧାନ୍ୱିତ ହୋଇ କୃଷ୍ଣକୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ