ଇଞ୍ଚୋଳ ବିକାଶମଞ୍ଚ ପକ୍ଷରୁ ବନାନୀ ବନ୍ଧୁ କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ ) : ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ୪ର୍ଥ ବାର୍ଷିକ ବନାନୀବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ସରପଞ୍ଚ ବିନୋଦ ବି÷ହାରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେସନରେ ମୁଖ୍ୟ ଅତିଥି ଭାବେ କବି ସୁରେନ୍ଦ୍ର ପରିଡା, ମୁଖ୍ୟବକ୍ତା ଭାବେ ନାରାୟଣ ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ଧନେଶ୍ୱର ରାଉତ, ବିଶ୍ୱନାଥ ପ୍ରତାପ ଜେନା, ଶ୍ରୀକାନ୍ତ ରାଉତ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କିତ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସମ୍ପର୍କିତ କବିତା, ଗଳ୍ପ ପାଠ ଅନୁଷ୍ଠିତ ହେବାସହ ପରିବେଶ ଉପଯୋଗୀ ବିଭିନ୍ନ ପ୍ରତିଯୋଗୀତା ଯଥା ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ, ସାଧାରଣଜ୍ଞାନ ଆଦି ପ୍ରତିଯୋଗୀତା ମାନ ଆୟୋଜିତ ହୋଇଥିଲା । ଏଥିରେ ବିଚାରକ ଭାବେ ସତ୍ୟପୀର ମହାନ୍ତି, ଅନନ୍ତ ଚରଣ ମୁଦୁଲି, ବନମାଳୀ ଜେନା ପ୍ରମୁଖ ବିଚାରକରି ଫଳାଫଳ ପ୍ରକାଶ କରିଥିଲେ । ଦ୍ୱିତୀୟ ଅଧିବେସନରେ ନୃସିଂହ ଚରଣ ପଣ୍ଡା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ମୁଖ୍ୟବକ୍ତା ଭାବେ ସଫଳ ଚାଷୀ ତଥା ସମାଜସେବୀ ଉଦୟନାଥ କର, ସମ୍ମାନୀତ ଅତିଥି ଭାବେ ଘଟଗାଁ ବ୍ଲକ ସହକାରୀ ଗୋଷ୍ଠୀ ଉନ୍ନ୍ରନ ଅଧିକାରୀ ଚିତ୍ତରଞ୍ଜନ ନାୟକ, ବୈଦାଖିଆ ବିଟ ହାରଉସ କର୍ମଚାରୀ ଲକ୍ଷ୍ମୀଧର କିସ୍କୁ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିବାସହ ଅଧିକରୁ ଅଧିକ ତାଳ ଚାରା ରୋପଣ କରିବାକୁ ଅନୁରୋଧ କରିଥିଲେ । ସ୍ୱତନ୍ତ୍ର ଅତିଥିଭାବେ ବନପାଳ କେଦାର ପାତ୍ର, ହଦଗଡ ବନରକ୍ଷୀ ଦେବସ୍ମିତା ରାଉତ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଦେଇଥିଲେ । ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉମାକାନ୍ତ ପଣ୍ଡା ସଂଯୋଜନା କରିଥିଲେ । ଏହି ଅବସରରେ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ମୁରଲୀଧର ବେହେରା, ସୁକୁମାର ନାୟକ, ଖଗେଶ୍ୱର ଦାସ, ଜ୍ୟୋତିର୍ମୟ ପଣ୍ଡା, ରଞ୍ଜନ କୁମାର ପଣ୍ଡା, ସୁଶାନ୍ତ ପାତ୍ର, ବିଶ୍ୱଜିତ ରାଉତ, ପ୍ରବୀର ନାୟକ, ଗୌରାଙ୍ଗ ମଲ୍ଲିକ, ଶିବସୁନ୍ଦର ଜେନା, ପକର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ