ରାଇରଙ୍ଗପୁର ଅବକାରୀ ବିଭାଗର ଚଢାଉ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ପାର୍ବଣ ଋତୁରେ ଚୋରା ନିଶାଦ୍ରବ୍ଯ ଚୋରାକାରବାର,ବେଆଇନ ମଦ ବିକ୍ରିକୁ ରୋକ ଲଗାଇବା ପାଇଁ ଅବକାରୀ ପ୍ରଶାସନ କଡା ନଜର ରଖିଛି ଅବକାରୀ ବିଭାଗକୁ ଚାଲଞ୍ଜ ଦେଇ ମଦ ମାଫିଆମାନେ ଅବାଦରେ ବେଆଇନ ମଦ ବିକ୍ରିଓ ଚାଲାଣ କରି ମାଲେମାଲ ହେଉଛନ୍ତି।ସୂଚନା ଯୋଗ୍ଯ ଯେ ରାଇରଙ୍ଗପୁର ଅବକାରୀ ଇନ୍ସପେକ୍ଟରଙ୍କ ପ୍ରତ୍ଯକ୍ଷ ପରିଚାଳନାରେ ବହଳଦା ଅବକାରୀ ଅଧିକାରୀ ଓ ଅବକାରୀ କର୍ମଚାରୀବୃନ୍ଦ ବହଳଦା ଓ ତିରିଂ ଥାନା ଅଂଚଳରେ କୌଣସି ସୂତ୍ରରୁ ବେଆଇନ ଚୋରା ମଦ ବିକ୍ରି ହେଉଥିବା ଜାଣି ଚଢଉ କରିଥିଲେ ।ଏଥିରେ ୩୧.୫ ଲି ବିଦେଶୀ ମଦ ଓ ୯୦ ଲି ଦେଶୀମଦ ଜବତ କରିବା ସହ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି ।


