ମୋବାଇଲ କିଣିବାକୁ ଜିଦଧରି ବିଷ ପିଇ ଆତ୍ମହତ୍ୟା କଲେ ଛାତ୍ର

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ନେରଡା ପଞ୍ଚାୟତ ଅଞ୍ଚଳରେ ଏକ ଦୁଃଦପୂର୍ଣ୍ଣ ଘଟଣା ଘଟିଯାଇଛି । ଜଣେ ଦଶମ ଶ୍ରେଣୀ ଛାତ୍ର ମୋବାଇଲ କିଣିବାକୁ ଜିଦ କରି ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଛାତ୍ର ଜଣକ ସବୁ ପିଲାଙ୍କ ଭଳି ସ୍ମାର୍ଟଫୋନ ଧରିବ ବୋଲି ଜିଦ ଧରିଥିଲେ । କିଛିଦିନ ପରେ ମୋବାଇଲ କିଣା ହେବ ବୋଲି ପରିବାର ଲୋକ କହିଥିବାବେଳେ ଛାତ୍ର ଜଣକ ଏଥିରେ ଅମଙ୍ଗ ହୋଇ ବିଷ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ଛାତ୍ର ଜଣକୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ କରାଯାଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି । ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ