ଜୟ ମହାବୀର ଜ୍ଞାନ ପୀଠରେ ଭଜନ ସମାରୋହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ଜୟ ମହାବୀର ଜ୍ଞାନ ପୀଠରେ ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ଗତକାଲି ସଂଧ୍ୟାରେ ଏକ ଭଜନ ସଂକୀର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜୟ ମହାବୀର ଜ୍ଞାନ ପୀଠର ସଂକୀର୍ତ୍ତନ ଗୁରୁ ରମେଶ ପଟ୍ଟନାୟକଙ୍କ ଅନୁରୋଧ ଏବଂ ନିମନ୍ତ୍ରଣ କ୍ରମେ ସ୍ଥାନୀୟ ନୃସିଂହନାଥ ମଠର ମହନ୍ତମାନେ ଏହି ଭଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୃଦଙ୍ଗ ବାଦକ କାଳୀ ଚରଣ ବେହେରା,ବୀର କିଶୋର ପଟ୍ଟନାୟକ, ରବିନାରାୟଣ ଚୌଧୁରୀ, ଜମିଦାର ପଟ୍ଟନାୟକ, ସଂଜୟ କୁମାର ଜେନ୍ନା, ପ୍ରମୁଖ ସଂକୀର୍ତ୍ତନରେ ଭାଗ ନେଇଥିଲେ । ଜୟ ମହାବୀର ଜ୍ଞାନ ପୀଠର କମିଟିର ସବାପତି ଭେଙ୍କେଟେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୃସିଂହ ପଟ୍ଟନାୟକ,ବ୍ରଜକିଶୋର ପଟ୍ଟନାୟକ,ମନୋଜ କୁମାର ପାଢୀ,ରାମପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ