ମରୈଗାଁ ପଞ୍ଚାୟତ ବରିଷ୍ଠ ନାଗରିକ ସଂଘର ତୃତୀୟ ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ବରିଷ୍ଠ ବରିଷ୍ଠ ନାଗରିକ ସଂଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମରୈଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଂଘର ସଭାପତି ଗୋପବନ୍ଧୁ ସୁଆରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ନକୁଳ ଚରଣ ଦାସ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ରତ୍ନାକର ଦାସ, ସମ୍ମାନୀତ ଅତିଥି ଭାବେ ଆନନ୍ଦପୁର ଓକିଲ ସଂଘର ସଭାପତି ଦୟାନିଧି ଦାସ, ବିଷ୍ଣୁପ୍ରୀୟା ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସ, ଆଇଡିଏ ବନାଯୋଡିର ଡ. ପ୍ରମୋଦ ନନ୍ଦ, ଯୋଗାଚାର୍ଯ୍ୟ ବାଇଧର ମୁନୀ, ଆଇନିଜିବୀ ସଶ୍ମିତା ସ୍ନେହଦର୍ଶନୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠ ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଦେବତା ସଦୃଷ, ସେମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଲେ ସମାଜର ଅଧପତନ ଘଟିଥାଏ । ସେମାନଙ୍କ ସେବାଯତ୍ନ କରିବା ପ୍ରତ୍ୟେକ ପୁଅ ଝିଅ ମାନଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ନାଗରିକ ମାନେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ସମସ୍ତେ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ବରିଷ୍ଠ ନାଗରିକ ମାନେ ଅବହେଳିତ ହେଉଥିବା ସହ ଅନେକ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କୁ ଉପଯୁକ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ବରିଷ୍ଠ ନାଗରିକ ସଂଘ ଆଗେଇ ଆସିବ ବୋଲି ସମ୍ପାଦକ ବୃନ୍ଦାବନ ପଣ୍ଡା ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ବୃନ୍ଦାବନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭାର ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେଇଥିଲେ । ଏହି ଅବସରରେ ମରୈଗାଁ ପଞ୍ଚାୟତର ଦୁଇଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ ରମେଶ ଚନ୍ଦ୍ର ଜେନା ଓ ଡ. ସଓ୍‌ମିତା ଶାସିନିଙ୍କୁ ଉତ୍ତରୀୟ ଓ ପୁଷ୍ପଗଭୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ସାହିତ୍ୟିକ ସୁଦାମ ଚରଣ ଜେନା. ନିର୍ମଳ ଚନ୍ଦ୍ର ବାରିକ, ଶରତ କୁମାର ସେଠୀ, ଦୁଃଶାସନ ସାହୁ, ରତ୍ନାକର ଜେନା, ପ୍ରମୋଦ କୁମାର ମୈକାପ, ଗୁରୁଚରଣ ଜେନା, କାର୍ଯ୍ୟ ନିର୍ବାହୀ ସଦସ୍ୟ ଉପେନ୍ଦ୍ର ଜେନା, ବାଣେଶ୍ୱର ଜେନା, ବିଶ୍ୱନାଥ ମଲ୍ଲିକ, ଜଳଧର ମହାପାତ୍ର, ନକୁଳ ଚରଣ ସାମଲ, ନିରଞ୍ଜନ ସା, ନାରାୟଣ ସା, ଅନାମ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ