ଅନନ୍ତ ଦୀପ୍ତି ଆଶା ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କେର ୱାଲଡ ସହାୟତା ରେ ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ଦ୍ଵାରା ଟିକାବାଲି ବ୍ଲକ ର ଗଦଗୁଡା ଗ୍ରାମ ପଞ୍ଚାୟତ ର ଖ୍ରୀଷ୍ଟ ଚର୍ଚ୍ଚ ପରିସରରେ ଏକ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ଟିକାବାଲି, ଘୁ. ଉଦୟଗିରି ଏବଂ ରାଇକିଆ ବ୍ଲକ ର ୩୦୦ ଗରିବ ପରିବାର ଙ୍କୁ ବିନା ମୂଲ୍ୟ ରେ ରାସନ ସାମଗ୍ରୀ ଯଥା ଚାଉଳ ପ୍ୟାକେଟ ଡାଲି , ଚୁଡା , ଅଟା,ଚିନି, ସୁଜି, ଖାଇବା ତେଲ, ସାନିଟାଈଜର, ଏବଂ ପ୍ରତ୍ୟେକଙ୍କୁ ମାସ୍କ ବାଣ୍ଟି ଥିଲେ |ଏହି କାର୍ଯ୍ୟକ୍ରମ ରେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ପୂର୍ବତନ କଟକ ବିଧାୟକ ପ୍ରଭାତ ବିଶ୍ୱାଳ, ଜିଲ୍ଲା ଅଧ୍ୟାକ୍ଷା ଆକାଂକ୍ଷା ପ୍ରଧାନ, ଟିକାବାଲି ଜିଲ୍ଲା ପରିଷଦ ପ୍ରଦୀପ ଦିଗାଳ,ଟିକାବାଲି ସାଂସଦ ସୃଜନ ନାୟକ, ଗଦଗୁଡା ପଞ୍ଚାୟତ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ପିକରଡ଼ି ସରପଞ୍ଚ ଗୋକୁଳାନନ୍ଦ ପ୍ରଧାନ, କଟିମାହା ପୂର୍ବତନ ସରପଞ୍ଚ ଦିଲ୍ଲୀପ କହଁର ପ୍ରମୁଖ ଉପସ୍ଥିତ ଥିଲେ | ଆଗାମୀ ଦିନ ମାନଙ୍କ ରେ ଏହି କାର୍ଯ୍ୟକ୍ରମ ଜରିଆରେ କନ୍ଧମାଳ ଜିଲ୍ଲା ରେ ବିଭିନ୍ନ ଅପହଞ୍ଚ ଗାଁ ମାନଙ୍କ ରେ ଆଉ ୧୨୦୦ ପରିବାର ଙ୍କୁ ଏହିପରି ଖାଦ୍ୟ ବା ରାସନ ସାମଗ୍ରୀ ବାଣ୍ଟିବାର ଲକ୍ଷ୍ୟ ରଖା ଯାଇଥିବା ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ସଭାନେତ୍ରୀ ଶ୍ରୀମତୀ ସୁରେଖା ଦିଗାଳ ଓ କୋଷାଧକ୍ଷ ରମେଶ ନାୟକ ସୂଚନା ଦେଇଛନ୍ତି |


