ତ୍ରିନାଥ ମେଳା ର ୬୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନିମାପଡ଼ା ତା, (ସନ୍ତୋଷ ଦାଶ) : ବୃକ୍ଷ ପୂଜା କାହିଁ କେତେ କାଳରୁ ଆମ ରାଜ୍ୟ ରେ ହୋଇ ଆସୁଛି । ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରେ ରହିଥିବା ବଟ ବୃକ୍ଷ ମୂଳରେ କାହିଁ କେତେ ବର୍ଷ ହେଲା ତ୍ରିନାଥ ମେଳା ଅନୁଷ୍ଠିତ ହୋଇଆସୁଛି । ତେବେ ଆଜି ସଂଧ୍ୟା ରେ ଭକ୍ତ ମାନଙ୍କ ଦ୍ୱାରା ତ୍ରିନାଥ ମେଳା ର ୬୫ ତମ ବାର୍ଷିକ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବେ ନବଘନ ସାହୁ କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ଦେବୀ ପ୍ରସାଦ ତ୍ରୀପାଠୀ କାର୍ଯ୍ୟ କରିଥିଲେ । ଗଗନ ଭୋଇ, ସନ୍ତୋଷ ତ୍ରିପାଠୀ, ଅଭିନ ଭୋଇ, ପୂର୍ଣ୍ଣ ଭୋଇ, ନୃସିଂହ ତ୍ରିପାଠୀ ,ବେଣୁଧର ଭୋଇ, ମନୋଜ ଦାଶ ପ୍ରମୁଖ ଙ୍କ ନେତୃତ୍ଵ ରେ ଭଜନ ଜଣାଣ କୀର୍ତ୍ତନ କରାଯିବା ସହିତ ସମସ୍ତ ଭକ୍ତ ଚୁଡ଼ାଘସା ଓ କଦଳୀ ଶିରିଣୀ ଭୋଗ ସେବନ କରିଥିଲେ। ବାର୍ଷିକ ଉତ୍ସବ ପାଇଁ ସମଗ୍ର ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା ।


