ସଂଶୋଧନ ଭୋଟର ତାଲିକା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ ଓ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସମିତି କାର୍ଯ୍ୟାଳୟ ପରିସରରେ ସଂଶୋଧନ ଭୋଟର ତାଲିକା-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ବ୍ଲକର କାର୍ଯ୍ୟରତ ମୋଟ ୯୦ଜଣ ବିଏଲ୍‌ଓଙ୍କୁ ଭୋଟର ତାଲିକା ସଂଶୋଧନ, ମୁଖ୍ୟତଃ ୧୮ବର୍ଷରୁ ଅଧିକ ତଥା ଯୁବପୀଢିଙ୍କ ନାମ ଯୋଡିବା, ମୃତବ୍ୟକ୍ତିଙ୍କ ନାମକୁ ବାଦ ଦେବା ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟ ସକାଳ ୧୦ଘଣ୍ଟା ଠାରୁ ମଧ୍ୟାହ୍ନ ୧ଘଣ୍ଟାରେ ୪୫ଜଣ ବିଏଲ୍‌ଓ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାହ୍ନ ୧ଘଣ୍ଟା ଠାରୁ ଅପରାହ୍ନ ୫ଘଣ୍ଟା ସମୟରେ ଅବଶିଷ୍ଟ ୪୫ ଜଣଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏଥିରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ, ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଭୂୟାଁ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଉପରେ ଆଲୋଚନା କରିବା ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ