ଭକ୍ତି ପୁଷ୍ପାଞ୍ଜଳି ପକ୍ଷରୁ ସ୍ମୃତି ସଭା ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଧ୍ୟାତ୍ମିକ ଅନୁଷ୍ଠାନ ଭକ୍ତି ପୁଷ୍ପାଞ୍ଜଳୀ ଏବଂ ଶ୍ୟାମା ଶଙ୍କର ମଠ ପକ୍ଷରୁ ପୁରୁଣା ଭୁବନେଶ୍ୱର ସ୍ଥିତ ଶ୍ୟାମା ଶଙ୍କର ମଠ ପରିସରରେ “ସ୍ମୃତିରେ ଅତିଥି” ନାମକ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ତୋରିହଁ ବନ୍ଧର ଜଣାଶୁଣା ତଥା ରାଜ୍ୟର ଅନ୍ୟତମ ଲୋକପ୍ରିୟ ପାଲା କଳାକାର ସ୍ୱର୍ଗତ ଅତିଥି ଚରଣ ସାହୁଙ୍କ ସ୍ମୃତିରେ ଏହି ସଭା ଆୟୋଜନ କରାଯାଇଥିଲା । ପାଲା ସଂସ୍କୃତିକୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବାରେ ଅତିଥିଙ୍କ ଭୂମିକା ବାସ୍ତବିକ ବେଶ୍ ପ୍ରସଂଶନୀୟ । ଗାୟକ କଳ୍ପତରୁ, ଗାୟକ ଗାୟନାଚାର୍ଯ୍ୟ, କବି କିଶୋର ଗାୟକ ମହାବଳ ସ୍ମୃତି ସମ୍ମାନ ଓ ଶ୍ରେଷ୍ଠ ପାଲାକାର ପରି ଅନେକ ସମ୍ମାନରେ ସମ୍ମାନୀତ ଦିବଙ୍ଗତ ଅତିଥିଙ୍କ ସ୍ମୃତି ଚାରଣ କରିଥିଲେ ଅତିଥିମାନେ । ସ୍ମୃତି ସଭାରେ ଭକ୍ତି ପୁଷ୍ପାଞ୍ଜଳୀର ପ୍ରତିଷ୍ଠାତା ବିଜୟ କୁମାର ସାହୁ ସଭାପତିତ୍ୱ କରିଥିବାବେଳେ ମଠର ପରିଚାଳକ ଅରୁଣ କୁମାର ଗାଙ୍ଗୁଲି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବିର କୁମାର ବାନାର୍ଜୀ, ଅଳ୍ପନା ବାନାର୍ଜୀ, ନରେନ୍ଦ୍ର ଭଟ୍ଟ, ପ୍ରବଚକ କିଙ୍କର ମହେଶ୍ୱର ନାଥ, ସୁଦର୍ଶନ ମହାରାଜ, ଉପସ୍ଥିତ ଥିଲେ । ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ସମ୍ମିଳନୀର ଗାୟକ ସୁଦର୍ଶନ ମହାପାତ୍ର, ଚକ୍ରଧର ବାରିକ, କାଶି ଜେନା, ବସନ୍ତ ରାଉତ, ଗାୟକ ନବ କିଶୋର ପାଇକରାୟ, ଦିଲ୍ଲୀପ କୁମାର ଦାସ ପ୍ରମୁଖ ଓଡ଼ିଶାର କଳା ଓ ସଂସ୍କୃତି ଜଗତରେ ଅପୁରଣୀୟ କ୍ଷତିବୋଲି ଏକ ଶୋକବାର୍ତ୍ତାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ