ଗଜପତିରେ ବିଜେଡିର ମିଶ୍ରଣ ପର୍ବ, ଯୋଗଦେଲେ ୧୦୦ରୁ ଉର୍ଦ୍ଧ ଯୁବ ଭୋଟର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ଉପସ୍ଥିତିରେ ଜୀବା ଗ୍ରାମ ପଞ୍ଚାୟତ ୩ନମ୍ବର ୱାର୍ଡର ୧୦୦ରୁ ଉର୍ଦ୍ଧ ଯୁବ ଭୋଟର ବିଭିନ୍ନ ରାଜନୈତିକ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିବାର ଜଣାପଡିଛି । ଏମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ସ୍ଥାନୀୟ ବିଜେଡି ଜିଲ୍ଲା ସାଂଗଠନିକ ନେତୃତ୍ୱକୁ ପ୍ରଶଂସା କରି ଦଳ ପ୍ରତି ଆକୃଷ୍ଟ ହୋଇ ସାମିଲ ହୋଇଥିବାର ସୂଚନା ଦେଇଛନ୍ତି । ଏହି ଯୁବକମାନେ ବିଜେଡିରେ ଯୋଗ ଦେଇଥିବା ଯୋଗୁଁ ଜିଲ୍ଲା ବିଜେଡିର ଶକ୍ତି ବୃଦ୍ଧି ହୋଇଛି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିବ ବୋଲି ଜିଲ୍ଲା ବିଜେଡି ସଭାପତି ଶ୍ରୀନାୟକ କହିବା ସହ ଏମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ଓ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପାରଳା ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜୁ, ନଗର ବିଜେଡି ସଭାପତି ସୁର୍ଯ୍ୟନାରାୟଣ ରାଜଗୁରୁ, ପାଣ୍ଟଲା ପ୍ରସାଦ ପ୍ରମୁଖଙ୍କ ସହ ବହୁ ଜିଲ୍ଲାସ୍ତରୀୟ ବିଜେଡି ନେତା ଉପସ୍ଥିତଥିଲେ ।


