ଅଳପୁଆରେ ଗଜଲକ୍ଷ୍ମୀ ପୂଜା ସମ୍ପର୍ଣ୍ଣ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ପଟ୍ଟାମୁଣ୍ଡାଇର ଅଳପୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାହାନ୍ତା ସିଂ ସାହି ଗୋପାଳପୁର ଛକ ଠାରେ କଳ୍ପବଟ ସତ୍ୟସେବା ଆଶ୍ରମ ଆନୁକୁଲ୍ୟରେ ଚତୁର୍ଦ୍ଦଶ ବାର୍ଷିକୀ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଞ୍ଚଦିନବ୍ୟାପି ଶନିବାର ମହାସମାରୋହରେ ସମ୍ପୂର୍ଣ୍ଣ ହୋଇଯାଇଛି । ପଣ୍ଡିତ ଗୈାରାଙ୍ଗ ଶତପଥୀ, ପଣ୍ଡିତ ବାବାଜୀ ଚରଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମା’ଙ୍କ ସମସ୍ତ ନୀତିକାନ୍ତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମନୋଜ ଧଳ, ଅଜୟ ପାଣିଗ୍ରାହୀ, ରାହୁଲ ଧଳ, କାର୍ତ୍ତିକ ଚନ୍ଦ୍ର ଧଳ, ଶରତ କାନ୍ତ ପାଳ, ସୁଦାମ ଧଳ, ବିରଞ୍ଚି ସୁତାର, ନିରଞ୍ଜନ ବାରିକ, ହିମାଂଶୁ ସାହୁ, ରାଜେନ୍ଦ୍ର ଧଳ, ଅକ୍ଷୟ ଧଳ, ପୁରୁଷୋତ୍ତମ ବାରିକ, ଭାଷ୍କର ସୁତାର, ଅନିଲ ଧଳ, ସାମ୍ବାଦିକ ନରେନ୍ଦ୍ର ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତିଦିନ ସନ୍ଧ୍ୟାରେ ମା’ ଧାନେଶ୍ୱରୀ ଓ ବାସୁଦେବ ସାଂସ୍କୃତିକ ପରିଷଦର କଳାକାରମାନେ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ । ଆନନ୍ଦ ବଜାରରେ ଶହ ଶହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ