ଶ୍ୟାମାକାଳୀ ପୂଜା ଉପଲକ୍ଷେ ନାଟକ ପାଇଁ ବହି ପୂଜା
ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଲିଆ ଗ୍ରାମର ଶ୍ରୀ ଶ୍ରୀ ଲଙ୍ଗଳେସ୍ୱର ପାଠାଗାରା ଆନୁକୂଲ୍ୟରେ ଆସନ୍ତା ପବିତ୍ର ଦୀପାବଳି ଅବସର ଉପଲକ୍ଷେ ମା’ଶ୍ୟାମାକାଳୀ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସହିତ ସାମାଜିକ ନାଟକ ପରିବେଷଣ ପାଇଁ “ସେଦିନର କଥା ମନେ ଅଛି ନା” ବହି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମା’ଶ୍ୟାମାକାଳୀ ପୂଜା କମିଟି ସଭାପତି ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ମା’ଶ୍ୟାମାକାଳୀ ପୂଜା ପରିଚାଳନା ନିମନ୍ତେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା । ନାଟ୍ୟ ନିର୍ଦ୍ଦେଶକ ଶିବ ଭାଇ, ମୁଖ୍ୟ ପରିଚାଳକ ମାନସ ରଞ୍ଜନ ପ୍ରଧାନ, ସଦସ୍ୟ ତପନ କୁମାର ସାହୁ, କୃଷ୍ଣ ସାହୁ, ବୁଢା ଭାଇ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।