୫-ଟି ରୂପାନ୍ତରିତ କାର୍ଯ୍ୟ କୁ ବୁଲି ଦେଖିଲେ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା) : ଅନସ୍ଲୋ ହାଇସ୍କୁଲରେ ଚାଲିଥିବା ୫ଟି- ରୂପାନ୍ତରିତ କାର୍ଯ୍ୟ କୁ ଆକି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଲି ଦେଖିବା ସହ ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି । ରୂପାନ୍ତରିତ ଇାଇବ୍ରେରୀ, ପାଇଖାନା, ବିଜ୍ଞାନାଗାର , ପିଇବାପାଣିର ସୁବ୍ୟବସ୍ଥା ସହିତ ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି । ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । । ଜିଲ୍ଲାପାଳଙ୍କ ସହ ଛତ୍ରପୁର ବ୍ଲକର ଭାରପ୍ରାପ୍ତ ବିଡଓ ବିଶ୍ୱଜିତ୍ ରାୟ, ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ. କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ଷଡଙ୍ଗୀ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ପୂତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଅନସ୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ , ପରିଚାଳନା କମିଟିର ସଭାପତି ଦିଲ୍ଲୀପ ସାମଲ , ପୂରାତନ ଛାତ୍ର ସଂଘର ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ଅରୁଣ କୁମାର ଶତପଥୀ, ଶିକ୍ଷକ ବାଉରୀବନ୍ଧୁ ପଣ୍ଡା, ଶିକ୍ଷୟତ୍ରୀ ଦେବସ୍ମିତା ମହାନ୍ତିଙ୍କ ସମେତ ହାଇସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ପରେ ଗଂଜାମ ଜିଲ୍ଲାପାଳ ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ନିଦ୍ୟାଳୟ ଓ ନରେନ୍ଦ୍ରପୁର ହାଇସ୍କୁଲରେ ଚାଲିଥିବା ୫-ଟି ରୂପାନ୍ତରିତ କାର୍ଯ୍ୟକୁ ମଧ୍ୟ ବୁଲି ଦେଖିଥିଲେ ।


