ଅନସ୍ଲୋରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) : ଅନସ୍ଲୋ ଅନୁଷ୍ଠାନ ପରିସରରେ ଅଭିଭାବକ ଓ ଶିକ୍ଷକ ମାନଙ୍କର ଏକ ବୈଠକ ବୁଧୁବାର ଅନୁଷ୍ଠିତ ହୋଇଯାଇଛି । ଅନସ୍ଲୋ ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଆୟୋକିତ ଏହି କାର୍ଯ୍ୟକ୍ରମରେ ସିଆରସି ରିତା ରଥ, ଛତ୍ରପୁର ଏନଏସି ର ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ନିମନ୍ତେ ନୂତନ କମିଟି ଗଠନ କରିବା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ସମସ୍ତ ପ୍ରକାର ସହ ଯୋଗ କରିବା ପାଇଁ ଉପସ୍ଥିତ ଅଭିଭାବକ ମାନେ ପ୍ରତିସୃତି ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବାଉରି ବନ୍ଧୁ ପଣ୍ଡା ପରିଚାଳନା କରିଥିବା ବେଳେ ଶିକ୍ଷକ ଜଗଦୀଶ ପଲାଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଅମୃତା ପାଣିଗ୍ରାହୀ, ଅଞ୍ଜନା ଶ୍ରୀ ବାଡତ୍ୟା, ଦେବସ୍ମିତା ମହାନ୍ତି, ମୁଖ୍ୟ କିରାଣୀ ସରୋଜ ପାଢୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ