ୱାର୍ଡ ସ୍ତରୀୟ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଶ୍ରୀ ଶ୍ରୀ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ଛତ୍ରପୁର ଏନଏସି ପକ୍ଷରୁ ୧୦ ନମ୍ବର ୱାର୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୦ ନମ୍ବର ୱାର୍ଡରେ ସଫେଇ କାର୍ଯ୍ୟ, ୱାର୍ଡ ଗଠନ ପ୍ରକ୍ରିୟା, ପାନୀୟ ଜଳ, ବୃକ୍ଷରୋପଣ, ଭିତ୍ତିଭୂମି ଓ ଡିଜିଟାଲ ଡୋର ନମ୍ବରିଂ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ୱାର୍ଡ ଅଫିସର କବିତା ରାଣୀ ଦାସ ପରିଚାଳନା କରିଥିବା ବେଳେ ପ୍ରୋଗ୍ରାମ ସଂଯୋଜକ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଏନଏସିର ପ୍ରଭାକର ବେହେରା, ରାକେଶ କୁମାର ଓଦଣ୍ଡିରାୟ, ସିଓ ଗାୟତ୍ରୀ ସାମଲଙ୍କ ସମେତ ବହୁ ଏସଏଚଜି ମହିଳା ଓ ସ୍ୱଚ୍ଛସାଥି ମାନେ ଉପସ୍ଥିତ ଥିଲେ ।


