ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସହ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ନାବାଳିକାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରିବାର ଲୋକେ ସନ୍ଦେହ କରି ଝିଅକୁ ପଚାରିବାରୁ ସେ ସବୁ କଥା କହିଥିଲେ । ଏ ନେଇ ନାବାଳିକାଙ୍କ ବାପା ଗତ ୯ ତାରିଖରେ ଥାନାରେ ଏତଲା ଦେଇଥିଲେ l ସେହି ଦିନ ଠାରୁ ଯୁବକ ଜଣକ ଫେରାର ହୋଇଯାଇଥିଲେ l ବୁଧବାର ସେ ଫୁଲବାଣୀ ସହରରେ ବୁଲୁଥିବା ଖବର ମିଳିବା ପରେ ଗୋଚ୍ଛପଡା ପୋଲିସ ତାଙ୍କୁ କାବୁ କରିଥିଲା l ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ବାଳାଶ୍ରମରେ ରଖାଯାଇଛି। ଏନେଇ ଥାନାରେ ଏକ ମାମଲା ନଂ.୮୮/୨୧ ରୁଜୁ ହୋଇଥିବା ବିଷୟ ଥାନାଧିକାରୀ ରଞ୍ଜିତ କୁମାର ମୁନୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ