ପୋଲସରାରେ କୃଷି ରଥର ଶୁଭାରମ୍ଭ କଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ବ୍ଲକରେ ଅକ୍ଟୋବର ୨୮ ତାରିଖ ଦିନ “କୃଷି ରଥ” ର ଶୁଭାରମ୍ଭ କାର୍ଯ୍ୟରେ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିଧାୟକ ଶ୍ରୀକାନ୍ତ ସାହୁ ଓ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ସବୁଜ ପତାକା ଦେଖାଇବା ପରେ “କୃଷି ରଥ” ଗଡ଼ିବା ଆରମ୍ଭ କରି ପୋଲସରା ବ୍ଲକର ରୁମାଗଡ଼, ମନ୍ଦାର, ଖଣ୍ଡୁରୁ, କଲମ୍ବ ଓ ବର୍ତ୍ତିନି ୫ ଟି ଗ୍ରାମ ପଞ୍ଚାୟତକୁ ଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନା ଓ ନୂତନ କୃଷି ଜ୍ଞାନ କୌଶଳ କୁ ବ୍ୟବହାର କରି କୃଷକମାନଙ୍କୁ ଅଧିକ ରୋଜଗାରକ୍ଷମ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପୋଲସରା ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ “କୃଷି ରଥ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ରଥ ପୋଲସରା ବ୍ଳକର ସମସ୍ତ ୨୬ ଟି ଗ୍ରାମ ପଞ୍ଚାୟତ ଓ ଏନଏସିରେ ଭ୍ରମଣ କରି ରାଜ୍ୟର ପାରମ୍ପାରିକ ଲୋକ କଳା ମାଧ୍ୟମରେ କୃଷକ ମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନା ଓ ନୂତନ କୃଷି ଜ୍ଞାନ କୌଶଳ ବିଷୟରେ ସଚେତନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ କେ.ରାମଶଙ୍କର ରାଓ, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଗୋଷ୍ଠୀ କୃଷି ଅଧିକାରୀ ଅର୍ଜୁନ ଚରଣ ସାହୁ, ଏବିଇଓ ଧର୍ମରାଜ ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସହକାରୀ କୃଷି ଅଧିକାରୀ ସ୍ୱାଗତିକା ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା ଓ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ