ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ସଂପୃକ୍ତ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଶନିବାର କେନ୍ଦ୍ରାପଡାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଜେପି ପକ୍ଷରୁ ତିନିମୁହାଣି ଛକ ଓ ଦୁହୁରିଆ ଠାରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ବୈଦ୍ୟନାଥ ଚାଟାର୍ଜୀ, ନୃସିଂହ ପତ୍ରୀ, ସୁନାକର ବେହେରା, ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଉପିନ ରାଉତ, ଡଃ. କଳ୍ପନା ମଲ୍ଲିକ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ଉପସଭାପତି ମହମ୍ମଦ ସଲିମ ଖାନ, ନେହେରୁ ସାହୁ, ଅଭିମନ୍ୟୁ ଗୋଛାୟତ, ସରୋଜକାନ୍ତ ନାୟକ, ଦିଲ୍ଲିପ ଦାଶ, ସନ୍ଦିପନୀ ଆର୍ଯ୍ୟକୁମାର, ନାରଦ ଚନ୍ଦ୍ର ବିଶ୍ୱାଳ,ସନ୍ତୋଷ କୁମାର ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, ସତ୍ୟ ପ୍ରକାଶ ସାମଲ, ବିକ୍ରମ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ