ପ୍ରଥମ ରାଜ୍ୟ ସ୍ତରୀୟ ଓଡିଆ ସ୍ୱାଭିମାନ ସମ୍ମାନ 

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଂ ରୁମ ପରିସରରେ ପ୍ରଥମ ରାଜ୍ୟ ସ୍ତରୀୟ ଓଡିଆ ସ୍ୱାଭିମାନ ସମ୍ମାନ ଶ୍ରୀ ଗୋବିଗ୍ୟାନ ଫାଉଣ୍ଡେସନ ଓ କଳା ବିକାଶ କେନ୍ଦ୍ର ଛତ୍ରପୁର ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା କୃଷି ବିପଣନ ନିଗମ ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଷିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ ଭକ୍ତ ତ୍ରିପାଠୀ ଓ ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ତଥା ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ୍ ରେଖା ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ସନ୍ନ୍‌ିତ ଅତିଥି ଭାବେ କଳା ବିକାଶ କେନ୍ଦ୍ର ର ସଭାପତି ଇଂ ରାମଚନ୍ଦ୍ର ପଟ୍ଟନାୟକ, ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଗୋ ବିଜ୍ଞାନ ଫାଉଣ୍ଡେସନ୍ ର ଅଧ୍ୟକ୍ଷ ଡା. ନିରାକାର ବେହେରା ପ୍ରମୁଖ ମଂଚାସୀନ ଥିଲେ । ଭାରତୀୟ ପରମ୍ପରାରେ ପ୍ରାଚୀନ କାଳରୁ ଗୋ ସମ୍ପଦର ମହତ୍ୱ ଆବାହମାନ କାଳରୁ ରହି ଆସିଛି ଏବଂ ଏହି କ୍ଷେତ୍ରରେ ଉଲ୍ଲେଖନୀୟ କାର‌୍ୟ୍ୟ କରୁଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ଓଡିଶାର କୋଣ ଅନୁକୋଣରୁ ଚିହ୍ନଟ କରି ସେମାନଙ୍କୁ ଏକ ମଞ୍ଚରେ ଅନ୍ୟ କ୍ଷେତ୍ରର ପ୍ରତିଭା ଙ୍କ ସହ ସମ୍ମାନିତ କରିବା ଭଳି ପ୍ରଥମ ପ୍ରୟାସକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ରାଜ୍ୟ ସ୍ତରୀୟ କାର‌୍ୟ୍ୟକ୍ରମକୁ ଜାତୀୟ କାର‌୍ୟ୍ୟକ୍ରମରେ ପରିଣତ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ଡା ନିରାକାର ବେହେରାଙ୍କ ଲିଖିତ “ଗୋ ବିଜ୍ଞାନ” ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହା ସହିତ ବିଭିନ୍ନ ନୃତ୍ୟ ଶିଳ୍ପୀ, କଣ୍ଠ ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କୁ ପ୍ରଶଂସା କରାଯାଇଥିଲା । ସମସ୍ତ କାର‌୍ୟ୍ୟକ୍ରମକୁ ଶ୍ରୀକାନ୍ତ ମହାନ୍ତି ଓ ରେବିକା ସାମନ୍ତରାୟ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ