ରାଷ୍ଟ୍ରୀୟ ଏକତା ଦିବସ ତଥା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ପାଳିତ

ଜଗତସିଂହପୁର, (ଅଭିଷେକ ତ୍ରିପାଠୀ):ରାଷ୍ଟ୍ରୀୟ ଏକତା ଦିବସ ତଥା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ନେହେରୁ ଯୁବ କେନ୍ଦ୍ର ସଂଗଠନ, ଜଗତସିଂହପୁର ଓ ଗୋପବନ୍ଧୁ ଯୁବ କ୍ଲବର ମିଳିତ ଆନୁକୁଲ୍ୟରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ବାଲଂଶା ଠାରେ ପାଳିତ ହୋଇଯାଇଛି ।ପ୍ରଥମେ “ଏକତା ପାଇଁ ଦୌଡ଼” ସାଇକେଲ ଶୋଭାଯାତ୍ରା ପୁରୁଣା ବସନ୍ତ ପଞ୍ଚାୟତ ପରିକ୍ରମା କରିଥିଲା ,ପରେ ଏକସଭା ଅନୁଷ୍ଠିତ ହୋଇଥିଲା ଅଲେଖ ଚନ୍ଦ୍ର ବେହେରା ଏଥିରେ ସଭାପତିତ୍ବ କରିଥିଲେ , ଗୋପବନ୍ଧୁ ଯୁବ କ୍ଲବର ସଭାପତି ପ୍ରଭୁ ପ୍ରସାଦ ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ସମ୍ପର୍କରେ କାର୍ଯ୍ୟକ୍ରମ ସଂଯୋଜକ ପବିତ୍ର ମୋହନ ସୁବୁଦ୍ଧି ବିବରଣୀ ରଖିଥିଲେ, ମୁଖ୍ୟ ଅତିଥି ରୂପେ ନେହେରୁ ଯୁବ କେନ୍ଦ୍ର ସଂଗଠନର ରାଜ୍ୟ ଉପନିର୍ଦ୍ଦେଶକ ବିମଲ ପାଟିକ ଶାହା,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ, ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ମହାରଣା,ନବଜ୍ୟୋତି କ୍ଲବ ସମ୍ପାଦକ କ୍ଷିରୋଦ କୁମାର ଦାଶ,ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ନିଖିଲ କୋକଲା ପ୍ରମୁଖ ଉପସ୍ଥିତ ରହି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ବ୍ୟକ୍ତିତ୍ଵ ଓ ଜୀବନ ଉପରେ ଆଲୋକପାତ କରିଥିଲେ।ଶେଷରେ ରଘୁନାଥପୁର ନେହେରୁ ଯୁବ କେନ୍ଦ୍ର ସଂଗଠନର ସଂଯୋଜକ ଚିନ୍ମୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରୀତି ରଞ୍ଜନ ରାଉତ,ମନୋଜ ନାୟକ,ହିମାଂଶୁ ଶେଖର ବାରିକ,ରାକେଶ ମହାନ୍ତି ,ଚିନ୍ମୟୀ ଦାସ,ସୁରେଶ ଭୋଇ,ସ୍ଥିତି ସୋନ୍ଦର୍ୟା ସ୍ୱାଇଁ,ପ୍ରିୟଦର୍ଶିନୀ ବେହେରା ,ସୁରେଶ କୁମାର ଦାସ,ସୋନାଲି ମଲ୍ଲିକ,ବିଜୟ ଲକ୍ଷ୍ମୀ ନାୟକ,ସୋନାଲି ଦାଶ,ରାଜେଶ ସେଠୀ,ରାଜଶ୍ରୀ ସ୍ୱାଇଁ ,ପ୍ରତାପ ମୁଦୁଲି,ରାକେଶ ସାହୁ, ଚିତ୍ତ ରଞ୍ଜନ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ