ହାଟଡିହିରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନବିଦନ୍ଦୁ କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଗ୍ରାମାଞ୍ଚଳ ମାନଙ୍କରେ ଏପରି ଶିବିରର ଆବଶ୍ୟକତା ଅଛି ବୋଲି ମତଦେଇଥିଲେ । ଡାକ୍ତରଖାନା ମାନଙ୍କରେ ରକ୍ତର ଅଭାବ ଦେଖା ଦେଉଥିବାରୁ ଅଧିକ ସଂଖ୍ୟାର ରକ୍ତଦାନ ଶିବିର କଲେ ରକ୍ତର ଅଭାବ ରହିବ ନାହିଁ ବୋଲି ସେ ମତ ଦେଇଥିଲେ । ଥିଲେ । ଏଥିରେ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଆନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଶାନ୍ତନୁ ସେଠୀ, ଜିଲ୍ଲା ଯୁବ ବିଜେଡି ଉପସଭାପତି ଭୁବେନ ଭବେଶ ସେଠୀ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶାନ୍ତ କୁମାର ରାଉତ, ବରିଷ୍ଠ ବିଜେଡି ନେତା ବୈଦ୍ୟନାଥ ସାମଲ, ଅଭିମନ୍ୟୁ ସେଠୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ରବିନ୍ଦ୍ର କୁମାର ନାୟକ, ବିଶ୍ୱନାଥ ନାୟକ, ବୁଦ୍ଧଦେବ ଜେନା, ଯୋଗେନ୍ଦ୍ର ବେହେରା, ଅମରେନ୍ଦ୍ର ଧଳ, ଚିତ୍ତ ରଞ୍ଜନ ପାତ୍ର, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ଗୌରାଙ୍ଗ ରଣା, ବିଶ୍ୱନାଥ ଖଟୁଆ, ପବିତ୍ର ମୋହନ ପେଡା, ବିରେନ୍ଦ୍ର କୁମାର ବିଶ୍ୱାଳ, ପ୍ରଦୀପ ଜେନା, ବିଷ୍ଣୁପ୍ରସାଦ ପଣ୍ଡା, ମନୋଜ ଜେନା, ସୋମନାଥ ଦାସ, ବାବୁଲି ଲେଙ୍କା, ରଞ୍ଜନ ପହିଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ୧୩୫ୟୁନିଟ ରକ୍ତ ସଂଗୃହିତ ହୋଇଥିବାବେଳେ ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏପରି ସାମାଜିକ କାର୍ଯ୍ୟକ୍ରମ ଦ୍ୱାରା ଓଡିଶାର ଲକ୍ଷ ଲକ୍ଷ ଲୋକ ରକ୍ତ ଅଭାବ କ୍ଷେତ୍ରରୁ ଉପକୃତ ହୋଇପାରୁଥିବାରୁ ମୋ ପରିବାରର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ ପ୍ରମୁଖ ନବୀନବାବୁଙ୍କୁ କୃତଜ୍ଞତା ଜଣାଇବା ସହିତ ରକ୍ତଦାତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ