ଶାଳଣିଆଁ ମିଠା ଦୋକାନରୁ ଚୋରୀ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ଥିବା କାଳନ୍ଦୀ ସାହୁଙ୍କ ମିଠା ଦୋକନରୁ ଗତକାଲି ରାତିରେ କେହି ଦୁର୍ବୁତ ସ୍କାଏ ଲାଇଟ ଭାଙ୍ଗି ଚୋରୀ କରିଥିବା ଅଭିଯୋଗ ହୋଇଛି । ରାତି ୧୦ଟା ପରେ ଦେକାନୀ କାଳନ୍ଦୀ ସାହୁ ଦୋକନ ବନ୍ଦ କରି ଯାଇଥିଲେ । ଆଜି ସକାଳେ ଦୋକାନ ଖୋଲିବାକୁ ଆସିବାପରେ ତାଙ୍କ ଦୋକାନ ଖୋଲାଟଥିବା ଓ ତାଙ୍କ କ୍ୟାସ ବାକ୍ସଟି ଦୋକାନ ବାହାରେ ପଡିଥିବା ଦେଖିବାକୁ ପାଇଥିଲେ । ସ୍କାଏ ଲାଇଟ ଭଙ୍ଗାଯାଇଥିବା ବେଳେ ବାକ୍ସରେ ଥିବା ପନ୍ଦରଶହରୁ ଉର୍ଦ୍ଧ ଟଙ୍କା ଚୋରୀ ହୋଇଥିବା ଶ୍ରୀ ସାହୁ କହିଛନ୍ତି । ଗତ କିଛିଦିନ ହେବ ନନ୍ଦିପଦା ଥାନା ଅଞ୍ଚଳରେ ଥିବା ବିଭିନ୍ନ ଛକ ବଜାର, ସ୍କୁଲ କଲେଜରୁ ଏପରି ବାରମ୍ବାର ଚୋରୀ ହେଉଥିବାବେଳେ ପୁଲିସ କୌଣସି ସୁରାକ ପାଇପାରୁ ନଥିବା ଅଭିଯୋଗ ହେଉଛି ।


