ପାରଳାରେ ୪୬ତମ କାଳୀପୂଜା ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନେହୁରୁ ଛକ ଠାରେ ଜିଲ୍ଲାର ଏକମାତ୍ର କାଳୀ ପୂଜା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ୪୬ତମ କାଳୀ ପୂଜାକୁ ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ୯ଦିନ ଧରି ଏହି ପୂଜା ଏଠାରେ ପାଲିତ ହୋଇ ଆସୁଥିଲା । ହେଲେ କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷର ୪୬ତମ କାଳୀ ପୂଜାକୁ ମାତ୍ର ୭ଦିନ ପାଇଁ ପାଲନ କରାଯାଉଛି । ଏହି ପୂଜା ଦିପାବଳୀ ଦିନ ରାତ୍ରରୁ ଆରମ୍ଭ ହୋଇ ମୋଟ ୭ଦିନ ପୁଜା ରୀତି ନୀତି ଅନୁଯାୟୀ ପାଳନ କରାଯାଉଛି । କାଳୀ ପୂଜା କମିଟିର ମୁଖ୍ୟ ପରିଚାଳକ ଭରତ ଭୁଷଣ ମହାନ୍ତି,ପ୍ରଶାନ୍ତ ପାତ୍ର,ପ୍ରଣଜ ପଟ୍ଟନାୟକ,ମନୋଜ ପଟ୍ଟନାୟକ,ଅଶୋକ ଗନ୍ତାୟତ,ଟୁନା ପଟ୍ଟନାୟକ ପ୍ରମୁଖଙ୍କ ଦ୍ୱାରା ଏହି ୪୬ତମ କାଳୀ ପୂଜାକୁ ଶୃଙ୍ଖଳାର ସହ ପାଳନ କରାଯାଉଛି ।


