ସଦର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତରେ RWSS ବିଭାଗ ତରଫରୁ
ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ସଦର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତରେ RWSS ବିଭାଗ ତରଫରୁ କିଛି ପ୍ରକଳ୍ପର ଶୁଭାରମ୍ଭ ହେବାର ଥିଲା, ନିୟମ ମୁତାବକ ସ୍ଥାନୀୟ ସାଂସଦଙ୍କ ନାମ କାର୍ଯ ଫଳକରେ ରହିବା ସହିତ କାର୍ଯ୍ଯକ୍ରମକୁ ସାଂସଦଙ୍କୁ ନିମନ୍ତ୍ରଣ କରାଯିବ। କିନ୍ତୁ ନା ଫଳକରେ ସାଂସଦଙ୍କ ନାମ ଥିଲା ନା କାର୍ଯ୍ଯକ୍ରମକୁ ସାଂସଦ ବା ତାଙ୍କ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରା ଯାଇନଥିଲା। ପ୍ରଶାସନ ଓ ବିଭାଗ ତରଫରୁ ଚଞ୍ଚକତା ପୁର୍ବକ କେବଳ ସ୍ଥାନୀୟ ସାଂସଦ ସ୍ବରୂପ କୁମାର ଦାସ ଓ ବ୍ଲକ ଅଧକ୍ଷ ନାରାୟଣ ପ୍ରଧାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହେଉଥିବାର ଖବର ପାଇ ସ୍ଥାନୀୟ ଜନସାଧାରଣ ସମେତ ବିଜେପି କାର୍ଯ୍ୟକର୍ତ୍ତା ମାନେ ପ୍ରତିବାଦ କରିଥିଲେ। ସ୍ଥାନୀୟ ଲୋକଙ୍କ ଜୋରଦାର ବିରୋଧ ଯୋଗୁଁ ବିଧାୟକଙ୍କୁ ଅଧା ରାସ୍ତାରୁ ପୋଲିସ ସହାୟତାରେ ଫେରିବାକୁ ପଡ଼ିଥିଲା । ଏହାପରେ ସାଂସଦଙ୍କ ସଦର ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ବେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରାଇ ଶାନ୍ତ କରାଇଥିଲେ, ବିକ୍ଷୋଭକାରୀ ମାନେ ଫଳକକୁ ଭାଙ୍ଗି ଦେବାରୁ ଆଜିର କାର୍ଯ୍ୟକ୍ରମକୁ ଆପାତତଃ ସ୍ଥଗିତ ରଖାଗଲା । ବିଜେଡି କଥାରେ ପରିଚାଳିତ ହୋଇ ପ୍ରଶାସନର ଏଭଳି ହୀନ କାର୍ଯ୍ୟକୁ ସାଧାରଣ ଲୋକେ ଘୋର ନିନ୍ଦା କରିଛନ୍ତି । ଏବାବଦରେ ସାଂସଦ ପ୍ରତିନିଧି ସୁଶାନ୍ତ ବେରେ “ଜିଲ୍ଲା ଜଳ ଯୋଗଣ ଓ ପଞ୍ଚାୟତୀରାଜ” ବିଭାଗ ବିରୁଦ୍ଧରେ ଥାନାରେ ଏକ ଏତଲା ଦେଇଛନ୍ତି । ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ ଦତ୍ତ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା, ନାରାୟଣ ମହନ୍ତ, ଦୀପକ ବେହେରା, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ , ଶୋଭାକର ସାହୁ , ଗୌରାଙ୍ଗ ଦାସ , ମନ୍ମୟ ଦାସ, ବିଜେନ୍ଦ୍ର ପ୍ରଧାନ, ହରିଶ ଚନ୍ଦ୍ର ଖଟୁଆ , ମଣ୍ଟୁ କୁମାର ବସନ୍ତିଆ , ପ୍ରଦୀପ ବାଷ୍କେ, ପୂର୍ଣ୍ଣ ଚନ୍ଦ୍ର ଦାସ , ମିନତୀ ଟୁଡୁ , ପ୍ରସନ୍ନ ପାତ୍ର, କନକ ଲତା ନାଥ, ସୁରେଖା ମାରାଣ୍ଡି ,ରୂପା ଦାସ , ପ୍ରଦୀପ ବେହେରା , ଯୋଗେନ୍ଦ୍ର ପରିଡା , ମନୋରଞ୍ଜନ ପଟ୍ଟାୟତ ସମେତ ଶତାଧିକ ସ୍ଥାନୀୟ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର ।


